ବଡ଼ସହରା ଶିବମନ୍ଦିର ନିକଟ ପଡିଆରୁ ଚୋରା କାଠ ଜବତ 

ଫତେଗଡ଼ଥାନା ପୋଲିସ ବାହିନୀ ସହାୟତାରେ ବନ ବିଭାଗ ଦ୍ୱାରା କାଠ ଜବତ 

୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଗତ କିଛି ଦିନ ପୂର୍ବରୁ ଲକ୍ଷାଧିକ ଚୋରା ଶାଗୁଆନ ଲଗ ବନ ବିଭାଗ ଜବତ କରିଥିବା ବେଳେ ଗୁରୁବାର ଦିନ ଭାପୁର ବ୍ଲକ ବଡଶହରା ଅଂଚଳରୁ ଚୋରା କାଠ ଜବତ କରିଛି ଭାପୁର ବନ ବିଭାଗ l ସୂଚନା ଅନୁଯାୟୀ ଭାପୁର ବ୍ଲକ ବଡଶହରାସ୍ଥିତ ଶିବ ମନ୍ଦିର ନିକଟରେ ବିଭିର୍ଣ୍ଣ କିସମର ଲଗ ଯଥା ଆମ୍ବ, ଲିମ୍ବ, ବାହାଡା, ଗମ୍ଭାଡି,

ଆକାଶିଆ ଓ ଶାଗୁଆନ ଲଗ ଏବଂ ଜାଳେଣି କାଠ ପଡିଥିବାର ବିଶେଷ ସୂତ୍ରରୁ ଖବର ପାଇ ଭାପୁର ବନପାଳ ବନମାଳୀ ରାଉତ ଫତେଗଡ଼ ପୋଲିସ ସହାୟତା ରେ ଘଟଣା ସ୍ଥଳ ରେ ପହଂଚି ଉକ୍ତ କାଠ ସବୁକୁ ଜବତ କରିଥିଲେ l କାଠର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ରୁ ଉର୍ଧ୍ଵ ହେବ ବୋଲି ଜଣାଯାଇଛି l ବିଭାଗୀୟ କର୍ତ୍ତୃପକ୍ଷ ଜବତ କାଠକୁ ଭାପୁର ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିବା ବେଳେ ସମ୍ପୃକ୍ତ ଚୋରା କାଠ ବେପାରୀ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ l