ମାଟିଆ ଭଟା ରେ ଝଡ଼ ତୋଫାନ ରେ ଗଛ ଡାଳ ପଡି ବିଦ୍ୟୁତ ସଂସ୍ପର୍ଶ ରେ ଆସି ଗାଈ, ବଳଦ ର ମୃତ୍ୟୁ

୨୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ପଂଚାୟତ ମାଟିଆ ଭଟା ଓ କେନ୍ଦୁଭଟା ମଝିରେ ମଙ୍ଗଳବାର ରାତିରେ ପ୍ରବଳ ଝଡ଼ ତୋଫାନ ରୁ ଗଛ ଡ଼ାଳ ଭାଙ୍ଗି ବିଦ୍ୟୁତ ତାର ରେ ପଡ଼ି ଥିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୁଧବାର ଦିନ ସକାଳ ୭ ସମୟରେ ଗାଇ,ଓ ବଲଦ ମୃତ୍ୟୁ ହୋଇଥିବା ଜଣାପଡିଛି I ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୁତ୍ୟୁ ହୋଇଥିବା କେନ୍ଦୁଭଟା ଗାର ଭିକାରୀ ଛୁରୀ ର ଗାଇ, ଓ ବଲଦ I

ଭିକାରି ଧାର କରଜ କରି ଗାଈ ଓ ବଳଦ ଯୋଡି କିଣି ଥିଲେ ଏବଂ ସେଥିରେ ହିଁ ଜୀବିକା ନିର୍ବାହ କରୁଥିଲେ କିନ୍ତୁ ନିରୀହ ଜୀବ ଦ୍ବୟ ଙ୍କ ଜୀବନ ଚାଲିଯାଇଥିବା ବେଳେ ଭିକାରି ନିଜର ରୋଜଗାର ର ମାଧ୍ୟମହରାଇଛନ୍ତି I ଏଣୁ ଭିକାରି ଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତିି I