ଓଡିଶା ତାଜା ନ୍ୟୁଜ୍ (୦୨ ଅଗଷ୍ଟ ରବିବାର) ଢେଙ୍କାନାଳ :- ଟାଉନ୍ ଥାନା ପୋଲିସ ସହରର ମୁକ୍ତାଦେଇପୁର ଶାସନ ଛକରେ ଥିବା ଜଣକ ଗେଷ୍ଟ ହାଉସରେ ଦୀର୍ଘ ଦିନ ଧରି ଚାଲିଥିବା ଦେହ ବେପାର କୌଣସି ବିଶେଷ ସୂତ୍ରରୁ ଖବର ପାଇ ଗତ ରାତି ଶନିବାର ଅଚାନକ ସେଠାରେ ଚଢ଼ାଉ କରି ଜଣେ ଦେହଜୀବୀ ସମେତ ଗେଷ୍ଟ ହାଉସର ମାଲିକ ଓ ତାଙ୍କ ପୁଅକୁ ଆରେଷ୍ଟ କରିଛନ୍ତି ଏବଂ ୫ଟି ମୋବାଇଲ ଗୋଟିଏ କମ୍ପ୍ୟୁଟର ଜବତ କରିଛନ୍ତି । ପ୍ରକାଶ ଥାଉକି,ଗତ କିଛି ଦିନ ତଳେ ଢେ଼ଙ୍କାନାଳ ଟାଉନ୍ ପୋଲିସର ସହରରେ ଧଳା ଜହର ବେପାରର ପର୍ଦ୍ଧାଫାଶ କରିଥିବା ବେଳେ ପୁଣି ଏକ ଦେହ ବେପାର ଠାବ କରି ସଫଳତା ମିଳିଛି । ( ରିପୋର୍ଟ-ଅମର ରଜ୍ଞନ ଦାସ)













