• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହାସମର ପାଇଁ ହିଞ୍ଜିଳିରେ ବାଜିଲା ବିଜେଡିର ରଣତୁରୀ ହିଞ୍ଜିଳିରୁ ନିର୍ବାଚନ ବିଗୁଲ ବଜାଇଲେ ମୁଖ୍ୟମନ୍ତ୍ରୀ .. ..

Proprietor Abhimanyu Maharana by Proprietor Abhimanyu Maharana
April 25, 2024
in ଓଡ଼ିଶା, ଗଞ୍ଜାମ, ରାଜନୀତି, ହୋମ୍
0
ମହାସମର ପାଇଁ ହିଞ୍ଜିଳିରେ ବାଜିଲା ବିଜେଡିର ରଣତୁରୀ ହିଞ୍ଜିଳିରୁ ନିର୍ବାଚନ ବିଗୁଲ ବଜାଇଲେ ମୁଖ୍ୟମନ୍ତ୍ରୀ .. ..
Share on FacebookShare on TwitterWhatsapp

ଓଡିଶା ବିକାଶରେ ବିରୋଧୀଙ୍କୁ ଟାର୍ଗେଟ ନିଜ ପାଇଁ ଓ ଆସିକା ସାଂସଦ ପ୍ରାର୍ଥୀନୀଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଡି ଶଙ୍ଖ ଓଡିଶାର ବିକାଶ ଓ ପରିଚୟ, ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ ୨୦୨୪ ଠାରୁ ୨୦୩୪ ଯାଏଁ ଓଡିଶା ହେବ ସ୍ୱତନ୍ତ୍ର ଓ ୧ନଂ ରାଜ୍ୟ : ମୁଖ୍ୟମନ୍ତ୍ରୀ

୨୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ବିଜୁ ଜନତା ଦଳ ଓଡିଶାର ସାଢେ ୪ କୋଟି ଓଡିଆଙ୍କ ବିକାଶ ପାଇଁ ୨୪ ବର୍ଷ ଧରି ନିରନ୍ତର କାର୍ଯ୍ୟ କରି ଆସୁଛି । ଚାଷୀ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସର୍ମପିତ ସେବା ଯୋଗାଇ ଆସୁଛି । ହିଞ୍ଜିଳିରୁ ୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟାରମ୍ଭ, ଆମ ହସପିଟାଲ, ପଞ୍ଚାୟତରେ ମୋ ବ୍ୟାଙ୍କ ସେବା, ମା’ ତରାତାରିଣୀ, ସମଲେଶ୍ୱରୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଦି ଓଡିଆଙ୍କ ସ୍ୱାଭିମାନ ଓ ବିକାଶର ପରିଚୟ ସୃଷ୍ଟି କରିଛି । ହିଞ୍ଜିଳିରୁ ସମସ୍ତ ବିକାଶ ପ୍ରକ୍ରିୟାର ଆରମ୍ଭ ହୋଇ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି । ମହିଳାଙ୍କ ପାଇଁ ୦% ସୁଧରେ ୫ଲକ୍ଷ ଟଙ୍କ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ, ବିଏସକେୱାଇ କାର୍ଡରେ ମହିଳା ଓ ସଦସ୍ୟଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା, ସ୍ୱଂୟମ ଯୋଜନାରେ ୧୮ରୁ ୩୫ ବର୍ଷ ଯୁବବର୍ଗଙ୍କୁ ରୋଜଗାର ପନ୍ଥା , ଶିକ୍ଷାକ୍ଷେତ୍ରରେ ଯୁବବର୍ଗଙ୍କୁ ଛାତ୍ରବୃତ୍ତି ଆଦି ବହୁ ଲୋକହିତକର ଯୋଜନା କାର୍ଯ୍ୟକାରୀ କରାଯାଇଛି ।

୨୦୨୪ ସୁଦ୍ଧା ଆମ ଓଡିଶା- ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଯାୟୀ ଓଡିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ଏବଂ ୧ନଂ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ୫ଟି ରୂପାନ୍ତରଣ ଉପକ୍ରମ ଅନୁସାରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଦୃତଗତିରେ ଆଗେଇ ଚାଲିଛି । ସ୍କୁଲ, ମନ୍ଦିର, ଧର୍ମାନୁଷ୍ଠାନ ଗୁଡିକୁ ବିକଶିତ କରାଯାଇ ଲୋକଙ୍କ ସେବାରେ ସମର୍ପିତ କରାଯାଇଛି । ଏହି ବିକାଶ ଧାରାକୁ ବିରୋଧୀ ଆଦୌ ସହ୍ୟ କରିପାରୁ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଆୟୋଜିତ ସଭାରେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଥିଲେ । ସେମାନଙ୍କ ଏହି ଉଦ୍ୟମ କେବେ ସଫଳ ହେବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଓଡିଶାର ବିକାଶ ପ୍ରକ୍ରିୟାକୁ ଜାଣିଶୁଣି ବିରୋଧ କରିବା ସହ ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ବହୁମତ ହାସଲ କରିବ ବୋଲି ସେ, ଆଶାବ୍ୟକ୍ତ କରିଥିଲେ ।

ଓଡିଶାର ବିକାଶକୁ ଶିଖରରେ ପହଞ୍ଚାଇବା ପାଇଁ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ନିବେଦନ କରିଥିଲେ । ନିଜ ସପକ୍ଷରେ ଓ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଲକ୍ଷାଧିକ ଭୋଟରେ ବିଜୟୀ କରିବାକୁ ଭୋଟରଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । ବୁଧବାର ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍‌ତରେ ଆସିଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସକାଳ ପ୍ରାୟ ୧୦.୪୫ମି ସମୟରେ ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟସ୍ଥ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ଉଚ୍ଛସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସଭାସ୍ଥଳକୁ ପାଛୋଟି ଅଣାଯାଇଥିଲା । ସଭାମଞ୍ଚରେ ଏକ ବିରାଟ ପୁଷ୍ପଗୁଚ୍ଚ ପ୍ରଦାନ କରି ସ୍ୱାଗତ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସହ ଆମ ଓଡିଶା- ନବୀନ ଓଡିଶା ଅଧ୍ୟକ୍ଷ ତଥା ବିଜେଡିର ଷ୍ଟାର କ୍ୟମ୍ପେନର ଭି. କାର୍ତ୍ତିକେୟାନ ପାଣ୍ଡିଆନ, ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଆସିକା ଲୋକସଭା ପ୍ରାର୍ଥୀନୀ ରଞ୍ଜିତା ସାହୁ, ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୌରାଧ୍ୟକ୍ଷ ସୁବାଷ ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଓଆରଏଚଡିସି ଅଧ୍ୟକ୍ଷ ଡି. ବିଶ୍ୱନାଥ, ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ, ବି. ଗିତାଞ୍ଜଳି, ପ୍ରିତି ସାହୁ, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ମନୋଜ ସାବତ, କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ ମହାରଣା, ରଣପୁର ପର୍ଯ୍ୟବେକ୍ଷକ ନିଳମଣି ପଟ୍ଟନାୟକ ପ୍ରମୁଖ ନେତୃମଣ୍ଡଳୀ ମଞ୍ଚାସିନ ଥିଲେ ।

ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ, ସାଢେ ୪କୋଟି ଓଡିଆଙ୍କ ଜନନାୟକ, ବିକାଶ ପୁରୁଷ ତଥା ହିଞ୍ଜିଳି ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ କରାଇ ୬ଷ୍ଠ ଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିବା ଏବଂ ସର୍ବ କନିଷ୍ଠ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ମଞ୍ଚାସିନ ଅତିଥି ବୃନ୍ଦ ଆହ୍ୱାନ ଦେଇଥିଲେ । ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସେଠି ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ପୌରାଧ୍ୟକ୍ଷ ଶ୍ରୀ ପୋଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଏନ. ରଘୁନାଥ, ପ୍ୟାରମୋହନ ପାଢି, ବିଭୁ ପ୍ରସାଦ ପଣ୍ଡା, ପ୍ରଦୀପ କୁମାର ପଣ୍ଡା, ଶିବରାମ ଗୌଡ, ହୃଦୟାନନ୍ଦ ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ପୂର୍ବତନ ସରପଞ୍ଚ, ସମିତିସଭ୍ୟ, କାଉନସିଲର, ବହୁ ଦଳୀୟ କର୍ମୀଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୁରକ୍ଷା ଦାୟିତ୍ୱରେ ପୁଲିସ ଆଇଜି ଜୟ ନାରାୟଣ ପଙ୍କଜ, ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ, ଆଇ ଆଇ ସି ଶ୍ରୀନିବାସ ସେଠୀଙ୍କ ସମେତ ୨ଜଣ ଅତିରିକ୍ତ ଏସପି , ୫ଜଣ ଡିଏସପି, ୧୨ ଜଣ ଇନିସପେକ୍ଟର, ୭୮ ଜଣ ଏସଆଇ ଓ ୧୫ ପ୍ଳାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Navi Mumbai’s Kharghar Temple Hosts Bahuda Yatra

ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ

July 25, 2026
Navi Mumbai’s Kharghar Temple Hosts Bahuda Yatra

Navi Mumbai’s Kharghar Temple Hosts Bahuda Yatra

July 25, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ

Raipur’s Jagannath Temple Hosts Bahuda Yatra

July 25, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ

ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ

July 25, 2026

Recent News

Navi Mumbai’s Kharghar Temple Hosts Bahuda Yatra

ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ

July 25, 2026
Navi Mumbai’s Kharghar Temple Hosts Bahuda Yatra

Navi Mumbai’s Kharghar Temple Hosts Bahuda Yatra

July 25, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ

Raipur’s Jagannath Temple Hosts Bahuda Yatra

July 25, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ

ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ

July 25, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Navi Mumbai’s Kharghar Temple Hosts Bahuda Yatra

ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ

July 25, 2026
Navi Mumbai’s Kharghar Temple Hosts Bahuda Yatra

Navi Mumbai’s Kharghar Temple Hosts Bahuda Yatra

July 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version