ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ କୈଳାସ କୁଲେସିକାଙ୍କ ସହିତ କାଳିରାମ ଙ୍କ ପ୍ରାର୍ଥୀ ପତ୍ର ଦାଖଲ, ବାଜା, ନାଚରେ ଉଛୁଳି ଉଠିଲା ସହର

୨୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ  :->  କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ତାଙ୍କର ହଜାର ହଜାର ସମର୍ଥକଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ମାଉସୀ ମା ଛକରୁ ବାହାରି ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ଙ୍କ ନିକଟରେ ଆସି ପହଞ୍ଚିଥିଲେ । ଏଠାରେ ପ୍ରାର୍ଥୀ ପତ୍ର ଦାଖଲ ବେଳେ ପ୍ରସ୍ତାବକ ଭାବେ ଅଗସ୍ତୀ ହାଲଓ୍ଵା ସମର୍ଥକ ଦେବ ଖରାଙ୍କ ଉପସ୍ଥିତରେ ଶ୍ରୀ କୁଲେସିକା ନାମାଙ୍କନପତ୍ର ଦାଖଲ କରିଥିଲେ । ବାହାରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ୪ ବ୍ଲକ ଦଶମନ୍ତପୁର , ନାରାୟଣପାଟଣା ,

ବନ୍ଧୁଗାଁ ଓ ଲକ୍ଷ୍ମୀପୁର ବ୍ଲକର ହଜାର ହଜାର ସମର୍ଥକ ଓ କର୍ମୀଙ୍କ ସହିତ ଉପସଭାପତି ନକୂଳ ବିଷୋଇ, ସାଧାରଣ ସମ୍ପାଦକ ରବି ପାଢୀ ,ଉଦୟ ହିକକା , ମନୋଜ ସାହୁ ,ଅନନ୍ତ ହୁଇକା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ କାଳିରାମ ମାଝୀ ଜିଲ୍ଲା ପାଳ ଭି. କୀର୍ତ୍ତି ଭାସନ ଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେ ଏଠାରେ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ପ୍ରମୁଖଙ୍କ ସହ ଜିଲ୍ଲା ଓ ବ୍ଲକ ସ୍ତରୀୟ ନେତା ମାନେ ମଧ୍ଯ ଉପସ୍ଥିତ ଥିଲେ.

କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ରଘୁରାମ ମାଛ ଓ ପଟ୍ଟାଙ୍ଗି ବିଧାନସଭା ପାଇଁ ଚୈତନ୍ୟ ନନ୍ଦିବାଡି ଉପଜିଲ୍ଲାପାଳ ବେଣୁଧର ଶବରଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବୁଧବାର ଏଥିପାଇଁ କୋରାପୁଟ ଜିଲ୍ଲା ସଦରମହକୁମା ଏକ ପ୍ରକାର ଲୋକାରଣ୍ୟ ହୋଇ ଉଠିଥିଲା। ବାଜା ଓ ନାଚରେ ସହର ଉଛୁଳି ପଡ଼ିଥିଲା । ଶାନ୍ତି ଶୃଙ୍ଖଳା ପାଇଁ ଜିଲ୍ଲା ପୁଲିସ ସହିତ କୋରାପୁଟ ସହର ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।