ଓଡିଶା ତାଜା ନ୍ୟୁଜ୍ (୦୨ ଅଗଷ୍ଟ ରବିବାର) ଢେଙ୍କାନାଳ :- ବାହାଘର ଭୋଜିଭାତ ହେଲେ ମନେପଡେ ଢେଙ୍କାନାଳ ଜିଲ୍ଲାର ଛଦେଶ ଅଞ୍ଚଳ । ଯେଉଁଠି କି ସୁସ୍ଵାଦୁ ବ୍ୟଞ୍ଜନ ପାଇଁ ଅଛନ୍ତି ଭଲ ଭଲ କାରିଗର । ଛଦେଶ କହିଲେ ସଦର ମହକୁମା କୋଟ ବେରେଣୀ ଠୁ ପାମାଳ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଏବଂ ଭାପୁର ଏହାର କେନ୍ଦ୍ରସ୍ଥଳୀ । ଏଠିକାର କାରିଗର ଜିଲ୍ଲା କାହିଁକି ରାଜ୍ୟ ବାହାରେ ଉତ୍ତମ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏଠି ପ୍ରାୟ ଚାରି ରୁ ପାଞ୍ଚ ହଜାର କରିଗର ଅଛନ୍ତି । ଆଜିର ଯୁଗରେ କ୍ୟାଟ୍ରିଙ୍ଗ୍ ବ୍ୟବସ୍ଥା କରି ଲୋକଙ୍କୁ ସୁବିଧା ସହଯୋଗର ହାତ ବଢ଼ାନ୍ତି ଓ ଏଥିରେ ନିଜ ପରିବାରର ଦୈନିକ ଗୁଜୁରାଣ ମେଣ୍ଟାନ୍ତି ।
କରୋନା ହରାଇଛି ଏମାନଙ୍କ ଜୀବନ ଜୀବିକା । ଏଠି ଶହ ଶହ ପରିବାର ଚଳିବା କଷ୍ଟ ହୋଇପଡିଛି ନା କିଛି ସରକାରୀ ସହାୟତା ମିଳୁଛି । ଏଥି ସକାଶେ ଆଜି ଛଦେଶ କ୍ୟାଟ୍ରିଙ୍ଗ୍ ସଂଘ ପକ୍ଷରୁ ସ୍ଥାନୀୟ ସ୍ବପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସାମାଜିକ ଦୂରତା ରକ୍ଷାକରି ଏକ ବୈଠକ କରାଯାଇ ସ୍ଥାନୀୟ ସମାଜସେବୀ ଶୁଭ ପ୍ରସାଦ ପଣ୍ଡାଙ୍କ ଜରିଆରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଏବଂ ସଦର ବିଧାୟକ ଶ୍ରୀ ସୁଧିର କୁମାର ସାମଲଙ୍କୁ ସରକାରଙ୍କ ମାଧ୍ୟମରେ କିଛି ସହାୟତା ନିମନ୍ତେ ନିବେଦନ କରିଛନ୍ତି । ( ରିପୋର୍ଟ-ଅମର ରଜ୍ଞନ ଦାସ)