ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

୨୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :->  ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ । ପରସ୍ପର ସୁସମନ୍ୱୟ ରଖି କାର୍ଯ୍ୟ କଲେ ସଡକ ସୁରକ୍ଷା ସଫଳ ହେବା ସହ ଅନେକ ଜୀବନ ରକ୍ଷା ହୋଇ ପାରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ । ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ଭୋଇ ସଡକ ସୁରକ୍ଷା ପାଇଁ ଥିବା ନିୟମ ଓ ମାର୍ଗଦର୍ଶିକା କୁ ଅନୁପାଳନ କରାଗଲେ ନିଶ୍ଚିତ ଭାବେ ଦୁର୍ଘଟଣା ହ୍ରାସ ପାଇବ । ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ପୋଲିସ ବିଭାଗ, ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ଧରପଗଡ ଜାରି ରଖିବା,ଲୋକ ମାନଙ୍କୁ ସଚେତନ କରାଇବା, ଦୁର୍ଘଟଣା ପ୍ରବଣ ସ୍ଥାନ ଓ କାରଣ ଚିହ୍ନଟ କରି ବୈଜ୍ଞାନିକ ପଦ୍ଧତିରେ ଏହାର ନିରାକରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ । ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ତଥ୍ୟ ଉପସ୍ଥାପନ କରିଥିଲେ।

ଜିଲ୍ଲାରେ ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ୧୬୮ ଟି ରାସ୍ତା ଦୁର୍ଘଟଣା ହୋଇ ଥିବା ବେଳେ ୪୬ ଜଣଙ୍କ ର ମୃତ୍ୟୁ ଘଟିଛି।୨୦୨୩ ମାର୍ଚ୍ଚ ସୁଦ୍ଧା ୪୧ ଟି ଦୁର୍ଘଟଣା ଘଟିଥିବା ବେଳେ ୩୯ ଜଣଙ୍କ ର ମୃତ୍ୟୁ ଘଟିଥିଲା । ୨୦୨୩ ଜାନୁଆରୀ ରୁ ଡିସେମ୍ବର ସୁଦ୍ଧା ୩୩୦ ଦୁର୍ଘଟଣା ଘଟି ୧୬୧ ଙ୍କ ର ମୃତ୍ୟୁ ଘଟିଥିଲା । ସେହିପରି ୫୨୯୮ ବିନା ହେଲମେଟ ଯାଞ୍ଚ କରାଯାଇ ୩୭୬ ଲାଇସେନ୍ସ ସସପେଣ୍ଡ କରାଯାଇଥିବା ବେଳେ ଦ୍ରୁତ ଗତିରେ ଗାଡି ଚାଳନା କ୍ଷେତ୍ରରେ ୫୯୯୪ କେଶ ମଧ୍ୟରୁ ୧୨୧୨ ଲାଇସେନ୍ସ ସସପେଣ୍ଡ କରାଯାଇଛି । ସିଟବେଲ୍ଟ ଉଲ୍ଲଘଂନ କ୍ଷେତ୍ରରେ ୪୫୪ ଜଣ,ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୪୪୯ ଜଣ,ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୪୫୧ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ମୋଟ ୧୩୫୫୫ କେଶ ମଧ୍ୟରୁ ୧୮୧୭ ଜଣଙ୍କ ଲାଇସେନ୍ସ ରଦ୍ଦ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିଲା ।

୨୦୨୪ ଜାନୁଆରୀ ରୁ ମାର୍ଚ୍ଚ ମାସ ସୁଦ୍ଧା ମୋଟ ୮୨୬ ଜଣ ବିନା ହେଲମେଟ ଗାଡି ଚାଳକ ଙ୍କୁ ଧରା ଯାଇ ୨୮ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ଓଭର ସ୍ପିଡ କ୍ଷେତ୍ରରେ ୧୪୩୮ ଜଣ ଙ୍କୁ ଧରାଯାଇ ୨୨୬ ଜଣଙ୍କ ଲାଇସେନ୍ସ ରଦ୍ଦ,ସିଟ ବେଲ୍ଟ ବ୍ୟବହାର କରୁ ନ ଥିବା କ୍ଷେତ୍ରରେ ୧୭,ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୪୪ ଜଣ,ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୭୬ ଜଣ ଙ୍କୁ ଧରା ଯାଇ ୨୧ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା । ଏହିପରି ମୋଟ ୨୪୧୨ ମାମଲା ରେ ୨୭୫ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ୨୦୨୪ ମାର୍ଚ୍ଚ ମାସ ରେ ୧୯୯୯ ଚାଲାଣ କଟାଯାଇ ୯୩୮ ଫଏସଲା ହୋଇ ୪୫,୫୧,୯୩୨ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୧୦୬୧ ଟି ପେଣ୍ଡିଙ୍ଗ ରହିଛି ବୋଲି ପରିବହନ ବିଭାଗ ସୂତ୍ରରୁ ପ୍ରକାଶ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅନ୍ୟାନ୍ୟ ବିଭାଗର ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ର ପ୍ରତିନିଧି,ବସ ମାଲିକ ସଂଘର ପ୍ରତିନିଧି ଓ ସଦସ୍ୟ ମାନେ ଯୋଗ ଦେଇଥିଲେ ।