No Result
View All Result
୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବିଗତ ବର୍ଷ ମାନଙ୍କ ଭଳି ଚଳିତ ୨୦୨୪ ରଥଯାତ୍ରା ରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯିବ। ଏହି ମେଳା ବିଗତ ବର୍ଷ ମାନଙ୍କ ପରି ଶରଧାବାଲି ନିକଟ ଭୋଳାନାଥ ବିଦ୍ୟପୀଠ ଠାରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ପଲିଶ୍ରୀ ମେଳା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପୁରୀ ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦେଶ ବିଦେଶ ର ଲକ୍ଷ ଲକ୍ଷ ଲୋକ ମାନଙ୍କ ସମାଗମ ହେଉଥିବା ହେତୁ ପଲ୍ଲିଶ୍ରୀ ମେଳା କୁ ଅଧିକ ଆକର୍ଷଣୀୟ ଓ ସୁନ୍ଦର ଭାବେ ସମ୍ପାଦନର ଆବଶ୍ୟକତା ରହିଛି ।
ପୂର୍ବ ବର୍ଷ ର ଅନୁଭବ ଓ ଅଭିଜ୍ଞତା ଆଧାର ରେ ଏହାକୁ ଅଧିକ ଶୃଙ୍ଖଳିତ, ଲୋକାଭିମୁଖୀ ଓ ଆକୃଷ୍ଟ କରାଯିବ ବୋଲି ସେ କହିଥିଲେ।ଗତବର୍ଷ ର ୨୭୫ ଷ୍ଟଲକୁ ଚଳିତ ବର୍ଷ ୩୦୦ କୁ ବୃଦ୍ଧି ସହ ଆକର୍ଷଣୀୟ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ ସହ ପଲ୍ଲିଶ୍ରୀ ମେଳା ସମ୍ପର୍କରେ ବିଗତ ବର୍ଷ ର ତଥ୍ୟ ଉପସ୍ଥାପନ କରିଥିଲେ।ଚଳିତ ବର୍ଷ ପଲ୍ଲିଶ୍ରୀ ମେଳା ଆୟୋଜନ ର ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ଦେଇଥିଲେ।ପୂର୍ତ୍ତ ବିଭାଗ ପକ୍ଷରୁ ମେଳା ସ୍ଥଳକୁ ସମତୁଲ କରିବା,
ପୌରପାଳିକା ମେଳା ସ୍ଥଳକୁ ପରିଷ୍କାର ପରିଛନ୍ନ ରଖିବା, ସଫେଇ କର୍ମଚାରୀ ଙ୍କୁ ନିୟୋଜିତ କରିବା, ପୁରୁଷ ଓ ମହିଳା ମାନଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ ର ବ୍ୟବସ୍ଥା କରିବା,୫ ଟି ହୁଇଲ ଚେୟାର ଉପଲବ୍ଧ କରାଇବା, ୱାଟକୋ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ଓ ଶୌଚାଳୟ ବ୍ୟବସ୍ଥା, ବିଦ୍ୟୁତ ବିଭାଗ ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ମେଳାର ପ୍ରଚାର ପ୍ରସାର କରାଇବା, ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବ୍ୟବସ୍ଥା କରିବା,
ଆରକ୍ଷୀ ବିଭାଗ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା,ଅଗ୍ନି ଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା,ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା ଓ ଓରମାସ ପକ୍ଷରୁ ଷ୍ଟଲ,ସାଜସଜ୍ଜା, ଯୋଗାଯୋଗ ଇତ୍ୟାଦି ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଏଡିଏମଓ ଡା ବିରଜା ଶଙ୍କର ରଥ,ପୌର ନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା,ଡିଆଇସି ଅମୂଲ୍ୟ କୁମାର ପଣ୍ଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
No Result
View All Result