୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ; ଜଣେ ଗିରଫ

 ୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ମୋହନା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ରାଜନସାହି ଛକ ନିକଟରୁ ଅଟୋ ସହ ଗଞ୍ଜେଇ ଜବତ କରିଛି | ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ରାଇଜୁକା ଗ୍ରାମର ହେମନ୍ତ ନାୟକକୁ ଗିରଫ କରି କୋର୍ଟ ଚାଲାଣ ଲାଣ କରିଛି ଅବକାରୀ ବିଭାଗ |

ଉକ୍ତ ଗଞ୍ଜେଇ ଗଜପତିରୁ ଗଞ୍ଜାମ ଜିଲ୍ଲାକୁ ଚାଲାଣ ହେଉଥିଲା  I ଜବତ ଗଞ୍ଜେଇର ଓଜନ କେଜି ହୋଇଥିବା ବେଳେ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ମୋହ‌ନା ଅବକାରୀ ଥାନା ଅଧିକାରୀ ସୁଧାଂଶୁ ମୁଣ୍ଡା ସୂଚନା ଦେଇଛନ୍ତି. ।