No Result
View All Result
ଚୈତ୍ରମାସର ଚୈତ୍ର ପୂର୍ଣ୍ଣମୀ ପାଳିତ
୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବ୍ଲକ ଅନ୍ତର୍ଗତ ସାନପଦର ଗ୍ରାମପଞ୍ଚାୟତର ରାସୋଳ ଗ୍ରାମରେ କୁମ୍ଭାରସାହିରେ ଅବସ୍ଥିତ ମା ‘ ବାଉତୀଦେବୀ ଠାକୁରାଣୀଙ୍କର ଦ୍ୱାଦଶ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଠାକୁରାଣୀଙ୍କର ସ୍ନାନ ପରେ ଵିଧିମୁତାବକ ପୂଜାପାଠ କରାଯାଇଥିଲା l ମା’ଙ୍କ ପୀଠ ସାମ୍ନାରେ ଯଂଜ୍ଞକୁଣ୍ଡ ସ୍ଥାପନ କରାଯାଇ ଚଣ୍ଡୀପାଠ ଇତ୍ୟାଦି ପୁରୋହିତଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା l ଯଜ୍ଞlଦି କାର୍ଯ୍ୟରେ ମନୋଜ କୁମାର ନିଶଙ୍କ ଓ ଧର୍ମପତ୍ନୀ ମଧୁସ୍ମିତା ନିଶଙ୍କ କର୍ତ୍ତାଭାବେ କାର୍ଯ୍ୟ ସମ୍ପାଦିତ କରିଥିଲେ l
ଲୋକଙ୍କ ମୁଖରୁ ଶୁଣିବାକୁ ମିଳେଯେ ମା ‘ ବାଉତୀଙ୍କୁ ମନ ମଧ୍ୟେ ଭକ୍ତି ସହକାରେ ସ୍ମରଣ କଲେ ମା ତାର ପଣତ କାନିରେ ଢାଙ୍କି ରଖି ଭକ୍ତ କରିଥିବା ମାନସିକ ଆଦିକୁ ପୂର୍ଣ୍ଣ କରିଥାଏ ବୋଲି ଅଗାଢ଼ ବିଶ୍ୱାସ ରହିଛି l ପ୍ରତି ବର୍ଷ ଭଳି ମଧ୍ୟ ଏ ବର୍ଷ ଚୈତ୍ର ମାସର ପୂର୍ଣ୍ଣମୀ ଦିନ ଏହି ଉତ୍ସବକୁ ମହାଆଡମ୍ବର ସହକାରେ ପାଳନ କରିଛନ୍ତି ରାସୋଳ ଗ୍ରାମବାସୀ l
ଆଜି ସନ୍ଧ୍ୟାରେ ସଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ଯାତ୍ରା ଭବାନୀର “ଇନ୍ଦ୍ରଜିତ ବଦ୍ଧ ” ରାମ ନାଟକ ଅନୁଷ୍ଠିତ ହେବ l ଏହି ଉତ୍ସବକୁ ମା ” ବାଉତୀ କମିଟିର ସଭାପତି ମନୋଜ ନିଶଙ୍କ ଓ ସମ୍ପାଦକ ପ୍ରସନ ବେହେରା , ଶିକ୍ଷକ ଗଙ୍ଗାଧର ବେହେରା , ସମାଜସେବୀ ବିରଞ୍ଚି ଦଳାଇ, ମାନସ ବେହେରା,ରବୀନ୍ଦ୍ର ବେହେରା, ଅକ୍ଷୟ ବାରିକ,କାହ୍ନୁ ମୁଦୁଲି ଓ କାହ୍ନୁ ଜୟସିଂଙ୍କ ସମେତ ରାସୋଳ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ l
No Result
View All Result