୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବିଜେଡି ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସପ୍ତମ ପର୍ଯ୍ୟୟ ଟିକେଟ ଘୋଷଣା ପରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଚିଲିକା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ହୋଇଥିବା ଜଣାପଡିଛି। ରଘୁନାଥ ସାହୁ ଟିକେଟ ପାଇସାରିବା ପରେ ସେ ନିଜେ ଏବଂ ତାଙ୍କ ନିମନ୍ତ୍ରଣ କ୍ରମେ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ,ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଅନ୍ୟ ଜଣେ ରାଜ୍ୟସଭା ସାଂସଦ ଦେବାଶିଷ ଖୁଣ୍ଟିଆ , ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ,
ଚିଲିକା ପର୍ଯ୍ୟବେକ୍ଷକ ରାଜା ଚକ୍ର ସମେତ ଶତାଧିକ ବିଜେଡି କର୍ମୀମାନେ ଆସି ବିସରପାଟଣା ଛକଠାରୁ ଏକ ଶୋଭାଯାତ୍ରା ଆରମ୍ଭ କରି ମା’ଭଗବତୀଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରିଥିଲେ ।ପୂର୍ବରୁ ଯେଉଁସବୁ ଭାଗ ଭାଗ ହୋଇଥିବା କର୍ମୀମାନଙ୍କୁ ଏକାଠି କରି ସବୁ କଥା ପଛରେ ପକାଇ ସମସ୍ତେ ମିଳିମିଶି ଏକାଠି ଲଢ଼ିବେ ବୋଲି ସମସ୍ତ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମାନସ ରଞ୍ଜନ ମଙ୍ଗରାଜ ।
ମା’ ଭଗବତୀଙ୍କ ଦର୍ଶନ ସାରିବା ପରେ ସିଧାସଳଖ ବାଲୁଗାଁ ନିକଟସ୍ଥ ରାମପୁର ବିଜେଡି କାର୍ଯ୍ୟାଳୟରେ ଏକ ପ୍ରାରମ୍ଭିକ ବୈଠକ ହୋଇଥିଲା । ଏହି ବୈଠକରେ ସମସ୍ତ କର୍ମୀମାନଙ୍କୁ ନେଇ ଏକ ରାଜନୈତିକ ରଣ କୌଶଳ ପ୍ରସ୍ତୁତ କରାଯାଇଛି ବୋଲି ଜଣାପଡିଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିକୁ ଚିଲିକା ନିର୍ବାଚନ ମଣ୍ଡଳୀରେ ଜିତାଇ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ନେତା ମନ୍ତ୍ରୀ ଓ କର୍ମୀ ମାନେ ଦୃଢ଼ ପ୍ରତିଜ୍ଞା ମଧ୍ୟ ନେଇଛନ୍ତି l