ଷଡଚତ୍ବାରିବିଂଶ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ

୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :->  ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣତୀର ଗ୍ରାମସ୍ଥିତ ମା ରାମଚଣ୍ଡୀଙ୍କ ପୀଠରେ ଷଡଚତ୍ବାରିବିଂଶ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଗଡମାଣିତୀର ଗ୍ରାମର ମା ରାମଚଣ୍ଡୀ,ଶ୍ରୀ କପିଳେଶ୍ୱର ଦେବ, ଶ୍ରୀ ତୃତୀୟା ଦେବ, ମୁଗମଣ୍ଡା ଗ୍ରାମର ବାଲୁଙ୍କେଶ୍ୱର ଦେବ, ନାରାୟଣୀପଡ଼ା ଗ୍ରାମର ଶ୍ରୀ ମହାବୀର,ସିମାପଲୀ ଗ୍ରାମରଶ୍ରୀ ମଦନ ମୋହନ, ବାରବାଟୀ ଗ୍ରାମରଶ୍ରୀ ଗୋପୀନାଥ ଦେବ, ବିଶ୍ଵନାଥପୁର ଗ୍ରାମର ଶ୍ରୀ ଚୈତନ୍ୟ ଦେବ, ବୋରିକ ଗ୍ରାମର ଶ୍ରୀ ରଘୁନାଥ ଜୀଉ, ଶ୍ରୀ ସୋମନାଥ ଦେବ ଓ ନୂଆଗାଁ ଗ୍ରାମର ଶ୍ରୀ ବାଲୁଙ୍କେଶ୍ୱର ଦେବ ପ୍ରମୁଖ ଦେବା ଦେବୀ ମାନଙ୍କୁ ନିମନ୍ତ୍ରିତ କରି ଯଜ୍ଞ ସ୍ଥଳକୁ ଆଣିଥିଲେ ।

ପ୍ରଥମ ଦିନରେ ଅଙ୍କୁରାରୋପଣ, ଦ୍ଵିତୀୟଦିନ ଶାଲା ମଣ୍ଡନକଳସଯାତ୍ରା ଓ ଯଜ୍ଞ ନାରାୟଣଙ୍କ ଆର୍ବିଭାବ ଅଗ୍ନିସ୍ଥାପନ, ତୃତୀୟ ଦିନ ଶ୍ରୀ ଭାଗବତବାସୁଦେବଙ୍କ ଷୋଡ଼ଶ ଉପଚାର ପୂଜା ଓ ଭଗବତ ଗୀତାରେ ଆହୁତି, ଚତୁର୍ଥ ଦିନ ମା ରାମଚଣ୍ଡୀଙ୍କ ଷୋଡଶ ଉପଚାର ପୂଜା ଓ ସପ୍ତସତୀ ଚଣ୍ଡିରେ ପୂଜା, ପଞ୍ଚମ ଦିନ ଶ୍ରୀ କପିଳେଶ୍ୱର ଦେବଙ୍କ ଉପଚାର ପୂଜା ଓ ଶତ ରୁଦ୍ରରେ ଆହୁତି ପ୍ରଦାନ ହୋଇଥିବା ବେଳେ ଶେଷ ଦିନରେସର୍ବ ଦେବଦେବୀଙ୍କ ଆହୁତି ପ୍ରଦାନ ସହ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରତ୍ୟହ  ସୂର୍ଯ୍ୟପୂଜା, ଗୋ ପୂଜା, ନାମ ସଂକୀର୍ତ୍ତନ ସହିତ ସତସଙ୍ଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏଥିରେ ଗଡ଼ମାଣିତୀର ଗ୍ରାମ ସମେତ ବାରପଲ୍ଲୀ ଗୋପାଳପୁର, କଡବ,ରାଉତପଡ଼ା,ଗୋବିନ୍ଦପୁର ବୋତଳମା ପଞ୍ଚାୟତର ଜନ ସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ବିଜେଡ଼ି ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ପ୍ରକାଶ ରାଉତରାୟ, ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ତନୁଜା ପାଟ୍ଟଶାଣୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅର୍ଜୁନ ପ୍ରଧାନ, ସ୍ଥାନୀୟ ସରପଂଚ କରୁଣାକର ଦଳସିଂହାର ଓଆରତ ମାଝୀ, ପ୍ରଦୀପ କୁମାର ବାରିକ ସମେତ ପହଂଚି ଯଜ୍ଞ ନାରାୟଣଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ।