ମେଳାମ୍ବ, କଣ୍ଟାବଣିଆ, ବାଲୁଗାଁ ଓ ଖେଡ଼ପଡ଼ାର ବିରୋଧୀ ନେତା ବିଜେଡିରେ
୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଅଧୀକ ଶକ୍ତିଶାଳୀ ହେଉଛି ବିଜେଡି । ଫାଙ୍କା ହେବାରେ ଲାଗିଛି ବିରୋଧୀ ଦଳ । ଗତ କିଛି ଦିନ ଧରି ବିରୋଧୀ ଶିବିରର ଅନେକ ନେତା ଓ କର୍ମୀ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି । ବିରୋଧୀ ଶିବିର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଶିବିରରେ ସେତିକି ନିରାଶ ଦେଖିବାକୁ ମିଳୁଛି । ଦୁର୍ବଳ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଶିବିର ।
ପ୍ରତ୍ୟେକ ଦିନ ବିଜେପି ଛାଡ଼ି ବିଜେଡ଼ିରେ ବିଜେପି କର୍ମୀଙ୍କ ବିଜେଡ଼ିରେ ମିଶ୍ରଣ ଓ ବିଜେଡ଼ି ଏକତାରେ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଶିବିର । ଅରୁଣଙ୍କ କ୍ରେଜ୍ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ, ଉନ୍ନତୀ ଓ ସମାଜ ସଂସ୍କାରର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଆଗାମୀ ସାଧାରଣ ନିର୍ବାଚନରେ ୨ ଲକ୍ଷ ୧୪ ହଜାର ଭୋଟର ମତଦାନ କରିବାକୁ ଥିବା ବେଳେ ବିଜେଡି ଯୁବ ଓ ମହିଳା ଭୋଟରଙ୍କୁ ପ୍ରାଧ୍ୟାନ୍ୟ ଦେଉଛି ।
ଫଳରେ ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ହୋଇ ଚାଲିଥିବା ବେଳେ ବିରୋଧି ସଂଗଠନ ଦୁର୍ବଳ ହେଉଛି । ନୟାଗଡ଼ ବିଜୁ ଜନତା ଦଳ କାର୍ୟ୍ୟାଳୟରେ ଶରଧାପୁର ଗ୍ରାମ ପଞ୍ଚାୟତ ମେଳାମ୍ବ ଗ୍ରାମର ନରୋତମ ରାଉତ, କୃଷ୍ଣଚନ୍ଦ୍ର ଦାସ ଓ ରାଜେନ୍ଦ୍ର କୁମାର ଲେଙ୍କା ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ଭାବେ ବାଲୁଗାଁ ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଶତୃଘ୍ନ ଜେନା, ରାଧାମୋହନ ଜେନା, ପ୍ରକାଶ ଚନ୍ଦ୍ର ନାୟକ, ସନ୍ତୋଷ ନାୟକ, ପିତବାସ ସାହୁ, ଜଗନ୍ନାଥ ସାହୁ, ସୁର୍ଯ୍ୟମଣି ପ୍ରଧାନ, ଦାଶରଥି ପ୍ରଧାନ, ରାକେଶ କୁମାର ନାୟକ ଓ ବିକାଶ କୁମାର ନାୟକ ବିଜେଡିରେ ଯୋଗ ଦେଇଛନ୍ତି । ବାଲୁଗାଁ ଗ୍ରାମର ସଞ୍ଜୟ କୁମାର ସାହୁ ବିଜେଡିରେ ଯୋଗ ଦେଇଥିବା ବେଳେ ଖେଡ଼ପଡ଼ା ଗ୍ରାମର କାର୍ତିକ ସାମନ୍ତରାୟ ବିଜେଡିରେ ଯୋଗ ଦେଇଛନ୍ତି ।
ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସମସ୍ତଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରିଛନ୍ତି । ଆଜିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କଅଁର, ସ୍ଥାନୀୟ ସରପଞ୍ଚ ମନୋଜ କୁମାର ନାୟକ, ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଦୁର୍ଯ୍ୟୋଧନ ବେହେରା ଓ ଜିଲ୍ଲା ଛାତ୍ର ବିଜେଡି ସଭାପତି ନିଳମାଧବ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ବିରୋଧୀ ଦଳର ନେତା ମାନେ ବିଜେଡିରେ ଯୋଗ ଦେବା ପରେ ଆଗାମୀ ଦିନରେ ବିଜେଡିକୁ ଅଧୀକ ଶକ୍ତିଶାଳୀ କରିବା ପାଇଁ ନାରାବାଜି ଦେଇଥିଲେ । ଅରୁଣ ସାହୁ ଜିନ୍ଦାବାଦ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ ବିଜୁ ଜନତା କାର୍ୟ୍ୟାଳୟ ପ୍ରକମ୍ପିତ ହୋଇଥିଲା ।