No Result
View All Result
୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଭାରତ ପ୍ରସିଦ୍ଧ, ସର୍ବ ପୁରାତନ ମୁକ୍ତାକାଶ ରଂଗମଂଚ ଐତିହାସିକ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ସପ୍ତମ ଦିବସ ମଧ୍ୟାହ୍ନ ରେ ପ୍ରଭୂ ଶ୍ରୀ ଶ୍ରୀ ରଘୁନାଥ କଂ ମନ୍ଦିରରେ ,ଅରଣ୍ୟ କାଣ୍ଡର ଅୟମାରମ୍ଭ ସହିତ ପଂଚବଟି ଅବସ୍ଥାନ , ବୀରାୟୁଧ ବଦ୍ଧ, ବନ ଭ୍ରମଣ ଓ ବେଢା ପରିକ୍ରମା ନୀତି ପାରଂପାରିକ ରିତିନିତୀ ଅନୁଯାଇ , ସ୍ବତ୍ରୀୟ ବୈଦିକ ବ୍ରାହ୍ମଣ ଓ ସେବାୟତ ମାନକଂ ଦ୍ବାରା ସଂପର୍ଣ୍ଣ ହୋଇଥିଲା ।
ରାତ୍ରରେ ମୂଖ୍ୟ ମଂଚରେ ନିଷ୍ଠା, କାଷ୍ଠାରେ ରହିଥିବା ବ୍ରତଧାରୀ ଶତାଧିକ କଳାକାର ମାନକଂଦ୍ବାରା ପଂଚବଟି ପ୍ରବେଶ , ବନ ଭ୍ରମଣ , ଅଗସ୍ତିମୂନୀ ଆଶ୍ରମରେ ପ୍ରଭୂ ରାମଚନ୍ଦ୍ର ଅଗସ୍ତିମୂନୀ କୁଂ ଦର୍ଶନ କରିବା ସହିତ , ଅଗସ୍ତିମୂନୀ ପ୍ରଭୂ ଶ୍ରୀରାମ କୁଂ ବ୍ରହ୍ମାସ୍ତ୍ର ଓ ଅକ୍ଷୟ ତ୍ରୁଣୀର ପ୍ରଦାନ କରନ୍ତି । ମୂନୀପତ୍ନୀ ଅନୁସୂୟା ମାତା ସୀତାଙ୍କୁ ଅମ୍ଳାନ ବସ୍ତ୍ର ପ୍ରଦାନ କରନ୍ତି ।
ଏହାପରେ ପଂଚବଟି ରେ ବୀରାୟୁଧ ବଦ୍ଧ ନିଳାଭିନୟ ନୀତି ଓ ପରଂପରା ସହିତ ଅନୁଷ୍ଠିତ ହୋଇଥିଲା । ଓଡିଶାର ଅନ୍ୟତମ ବିଶିଷ୍ଠ ଭକ୍ତକବି ବିକ୍ରମ ନରେନ୍ଦ୍ର କଂ ବିରଚିତ ରାମଲୀଳା ପୋଥିଗୀତ ସାଂଗକୁ କେଇହଳ ଗିନି ଓ ପାରଂପାରିକ ବାଦ୍ୟଯନ୍ତ୍ର ସାହାଯ୍ୟରେ ଏହି ଅଢେଇପାଦିଆ ନିଳାଭିନୟ ଅନୁଷ୍ଠିତ ହୋଇଥାଏ , ଯାହାକି ଓଡିଶା ର ଅନ୍ୟ କୈଣଷି ସ୍ଥାନରେ ଦେଖିବାକୁ ମିଳେନାହିଁ । ଆଜିର ନୀଳାଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମନମୁଗ୍ଧକର ହୋଇଥିଲା ।
No Result
View All Result