ନରେନ୍ଦ୍ରପୁର୍ ଗ୍ରାମପଞ୍ଚୟତ ଅଫିସରେ : ପାନୀୟ ଜଳ ଅଭାବ – ସାଧାରଣ ଜନତା ହନ୍ତସନ୍ତ  

ପଞ୍ଚାୟତ ଅଫିସ ରେ ପିଇବା ପାଣି ନଥିବା ବଡ଼ ଆଶ୍ଚର୍ଯ୍ୟ ସୃଷ୍ଠି କରିବା ସହ ପ୍ରଶାସନର ଅକ୍ଷମତା ସୁଚୋଉଛି ।

23 ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଆମ ଓଡ଼ିଶା ତାଜା ନ୍ୟୁଜ୍ ପ୍ରତିନିଧି  ଦିନ ଏଗାର ବେଳେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚୟତ ଅଫିସ୍ କାର୍ଯ୍ୟାଳୟରେ ପହଁଚି ପି.ଇ.ଓ ବିପିନ କୁମାର ବଳିଆରସିଂଙ୍କୁ ପିଇବା ପାଇଁ ପାଣି ମାଗିବାରୁ ମହାଶୟ ଅକ୍ଷମତା ପ୍ରକାଶ କରିଥିଲେ । ପଚାରି ବୁଝିବାରେ ଜଣା ପଡ଼ିଛି ତିନି ଚାରି ମାସ ତଳେ ପଞ୍ଚାୟତ କାର୍ଯ୍ୟାଳୟ କୂଅରେ ଏକ ବିଲେଇ ପଡ଼ି ଯାଇଥିଲା ।

କୂଅକୁ ଉଝାଳିଥିଲେ ବି ବ୍ଲିଚିଂ ପାଉଡର ପଡି ନାହିଁ ଏବଂ ପାଣି ମଟର ଟା ଆକାମି ହୋଇ ପଡିଛି। ଅବଶ୍ୟ ପଞ୍ଚାୟତରେ ଆକୁଆଗାର୍ଡ ଲାଗିଛି କିନ୍ତୁ ଏ ସବୁ ଅସୁବିଧା ପାଇଁ ପାଣି ନାହିଁ। ଏଠି କଥା ଉଠୁଛି ଏତେ ବଡ ଖରାଦିନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ବେ ପଞ୍ଚାୟତ ଅଧିକାରୀ ଓ ସରପଞ୍ଚଙ୍କ ମନ ବୃତିର ଅଭାବରୁ ଦେଖା ଦେଇଛି ଜଳ ସଙ୍କଟ ।

ଅବଶ୍ୟ ପ୍ରତିକ୍ରିୟାରେ ପଞ୍ଚାୟତ ଅଧିକାରୀ ଦୁଇ ଦିନ ମଧ୍ୟରେ ସମାଧାନ ହୋଇ ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଆକର୍ଷଣ ନିମନ୍ତେ ସାଧାରଣରେ ଦାବି ହେଉଛି । ଏଠି କଥା ଉଠୁଛି ସାଧାରଣ ଜନତା ପଞ୍ଚାୟତକୁ ଭତ୍ତା, ରାସନ ଓ ଭିନ୍ନ ଭିନ୍ନ କାମରେ ଡହ ଡହ ଖରାରେ ଆସୁଥିବା ବେଳେ ଖୋଦ୍ ପଞ୍ଚାୟତ ଅଫିସ ରେ ପିଇବା ପାଣି ନଥିବା ବଡ଼ ଆଶ୍ଚର୍ଯ୍ୟ ସୃଷ୍ଠି କରିବା ସହ ପ୍ରଶାସନର ଅକ୍ଷମତା ସୁଚୋଉଛି ।