୨୨ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମି ପଞ୍ଚାୟତ ର ବରକୋଳା ଗ୍ରାମ ରେ ମା ଗ୍ରାମ ଦେବତୀ ଙ୍କ ଜନ୍ତାଳ ପର୍ବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାମାଜିକ ନାଟକ ଅକୁହା କାହାଣୀ ଶୁଣିବ କିଏ, ମଞ୍ଚସ୍ଥ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ,
ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଶ୍ରୀ ହରି ନାଏକ ,ସରପଞ୍ଚ ବବୃ ମହାରଣା,ସମିତି ସଭ୍ୟ ସଞ୍ଜୀବ ଡାକୁଆ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ,ଗୋଲଖ ବିହାରୀ ଗୋଚ୍ଛାୟତ,ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସାମନ୍ତ ରାୟ,ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ନାଟକ ଟି ଉଚ୍ଚ କୋଟୀର ହୋଇଥିବାରୁ ଦର୍ଶକ ମାନଙ୍କ ମନ ମୋହି ନେଇଥିଲା।