ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ଦେବୋତ୍ତର ବିଭାଗ ତରଫରୁ ପ୍ରସ୍ତୁତି ବୈଠକ – ପାଞ୍ଚ ଦିନ ବଦଳରେ ହେବ ତିନି ଦିନ

୨୨ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କର ଟି ଆର ସି ସଭା ଗୃହ ଠାରେ ପାଟଣାଗଡ଼ ଦେବୋତ୍ତର ବିଭାଗ ତରଫରୁ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ପାଟଣାଗଡ଼ ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ଯ ନିର୍ବାହୀ ଅଧିକାରୀ ଅମିତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରେ ଆଗାମୀ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା କିଭଳି ଶାନ୍ତି ଶୃଙ୍ଖଳା ସହ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା। ସାଧାରଣ ନିର୍ବାଚନ ଥିବାରୁ ଏବଂ ମେଳା ନିର୍ବାଚନ ଦିବସ ରେ ପଡୁଥିବାରୁ ମେଲାକୁ ୫ଦିନ ରୁ କମାଇ ୩ଦିନ କହିବାକୁ ଆଲୋଚନା ହୋଇଥିଲା ।

ସେହିପାରି ମେଳାର ପରିଚାଳନା ପାଇଁ ସ୍ଥାନୀୟ ସବ କମିଟି ଓ ସ୍ବେଚ୍ଛାସେବୀ ସଂଖ୍ୟା ବୃଦ୍ଧି କରିବା, ଅନ୍ୟ ବର୍ଷ ଭଳି ବିଭିନ୍ନ ଜାତି, ସଂଗଠନ ତରଫରୁ ଅନ୍ନ ପ୍ରସାଦ ବଣ୍ଟନ, ପାନୀୟ ଜଳ ବଣ୍ଟନ, ଶାନ୍ତି ଶୃଙ୍ଖଳା, ଶ୍ରାଦ୍ଧକୁ ଦର୍ଶନ, ବେରିଗେଟିଂ, ନୀତି କାନ୍ତି, ହୋମ ଯଜ୍ଞ ଉପର ଆଲୋଚନା ହୋଇଥିଲା। ନିର୍ବାଚନ ଥିବାରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ସହ ଆଲୋଚନା ପରେ ଆଗାମୀ ବୈଠକ କରି ଚୁଡାନ୍ତ ପ୍ରସ୍ତୁତି କରାଯିବ ବୋଳି ଉପଜିଲ୍ଲାପାଳ ନାୟକ ପ୍ରକାଶ କରିଥିଲେ।

ବୈଠକ ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଦାନନ୍ଦ ପୁଝାରୀ, ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲ ଦାର ଆଦିତ୍ୟ ପ୍ରସାଦ ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ଏସ ମହାରଣା, ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର, ଦେବୋତ୍ତର ସଭ୍ୟ ଶଶି ପୁଝାରୀ, ରୋହିତ ମେହେର, ଅଭୟ ତ୍ରିପାଠୀ, ପଞ୍ଚୁ ସାହୁ, ସବ କମିଟି ସଭାପତି ବିପ୍ର ବିଶି, ସଦାନନ୍ଦ ଭୋଇ, ପ୍ରହଲ୍ଲାଦ ଚାନ୍ଦ, ଗୋପାଳ ପାତ୍ର, କ୍ଷମାନିଧି ଭୋଇ, ଉମାକାନ୍ତ ପ୍ରଧାନ, ଜ୍ୟୋତିରଞ୍ଜନ ପଣ୍ଡା, ବଳରାମ ବେହେରା, ତପ ସାହୁ, ପୂଜକ ନରସିଂହ ପୁଝାରୀ, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର, ଭାଗ୍ୟବାନ ସାହୁ, ଦେବୋତ୍ତର କ୍ଲାର୍କ ସନ୍ତୋଷ ବେହେରା ସମେତ ସବ କମିଟି ସଦସ୍ୟ ଉପସ୍ଥିତି ଥିଲେ। ପରେ ଝରଣାକୁଳ, ମନ୍ଦିର ପରିସର, ମେଳା ପଡିଆ ବୁଲି ଦେଖିଥିଲେ ।