ଓଡିଶା ତାଜା ନ୍ୟୁଜ୍ (୦୨ ଅଗଷ୍ଟ ରବିବାର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବ୍ଳକ ସିକିରି ରାଉଳ ସାହି ରାସ୍ତା ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ହେବା ଓ ସଂପୃକ୍ତ ସାହିରେ ଆର୍ବଜନା ପାଣି ଜମି ରହିବାରୁ ଯାତାୟତରେ ସଂପୃକ୍ତ ସାହି ବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ପ୍ରଦାନ କରି ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ଆବର୍ଜନା ପାଣି ନିଷ୍କାସନ କରିବା ସକାଶେ ଡ଼୍ରେନେଜ ବ୍ୟବସ୍ଥା କରିବାକୁ ସଂପୃକ୍ତ ସାହି ବାସିନ୍ଦା ଦାବି କରିଛନ୍ତି ।
ପ୍ରକାଶ ଯେ, ସ୍ଥାନୀୟ ବ୍ଳକ ସିକିରି ରାଉଳ ସାହି ନିର୍ମାଣ ସକାଶେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମାର୍ଚ୍ଚ ମାସରେ କାର୍ଯ୍ୟାରମ୍ଭ କରାଯାଇଥିଲା । ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଉଥିବାରୁ ସଂପୃକ୍ତ ସାହି ବାସିନ୍ଧା ଏହାକୁ ବିରୋଧ କରିଥିଲେ । ସାହି ବାସିନ୍ଦାଙ୍କ ବିରୋଧ ପରେ ଠିକାଦାର ନିର୍ମାଣ କାର୍ଯ୍ୟକୁ ଅଧାରୁ ବନ୍ଦ କରି ଦେଇଥିଲେ । ଦୀର୍ଘ ୪ମାସ ଧରି ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ଫଳରେ ଅଧପନ୍ତରିଆ ଭାବେ ପଡ଼ି ରହିଥିବା ରାସ୍ତା ଉପରେ ରାସ୍ତା ଉପରେ ବିଭିନ୍ନ ସାହିରୁ ଆସୁଥିବା ପାଣି ସହ ମାଟି ମିଶି କାଦୁଅ ହେବା ସହ ସାହି ସଂପୃକ୍ତ ସାହିରେ ଡ଼୍ରେନେଜ ବ୍ୟବସ୍ଥା ନଥିବାରୁ ସାହି ମଝିରେ ମଝିରେ ପାଣି ଜମି ରହୁଛି ।
ଯାହା ଫଳରେ ସାହି ବାସିନ୍ଦା ଯାତାୟତ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି କରୋନା କଟକଣା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ସକାଶେ ଶ୍ରମିକ ଆସୁନାହାନ୍ତି, ଯଦ୍ୱାରା ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି । କରୋନା କଟକଣା ଶେଷ ହେବା ପରେ ପୁଣିଥରେ ନିର୍ମାଣ କାର୍ଯ୍ୟାରମ୍ଭ ହେବ । (ହିଞ୍ଜିଳିକାଟୁ/ଶେଷଦେବ ସାହୁ)