୨୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଭାରତ ପ୍ରସିଦ୍ଧ, ସର୍ବ ପୁରାତନ ମୁକ୍ତାକାଶ ରଂଗମଂଚ ଐତିହାସିକ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ଗଣ୍ଡାବଧ କାର୍ଯ୍ୟକ୍ରମ ଏକ ସୁନ୍ଦର ଉପାଖ୍ୟାନ , ସୂର୍ଯ୍ୟବଂଶର ପ୍ରଥା ଅନୁଯାୟୀ ବିବାହ ପରେ ପିତୃଶ୍ରାଦ୍ଧ ଦିନ ଯୁବରାଜ ଓ ରାଜକୁମାରମାନେ ଗଣ୍ଡାବଧ କରି ସେମାନଙ୍କ ବୀରତ୍ଵ ପୂର୍ବପୁରୁଷଙ୍କୁ ପ୍ରଦର୍ଶନ କରିବା ବିଧିବ୍ୟବସ୍ଥା ରହିଥିବାରୁ ପରଂପରା କୁ ସମ୍ମାନ ଦେବାକୁ ଯାଇ , ପ୍ରଭୂ ଶ୍ରୀରାମ ମଧ୍ୟ ଆପଣାର ଭାଇ ଓ ଚତୁରଂଗ ସେନା ସହିତ ବିଶାଳ ପଟୁଆର ନେଇ ଗଣ୍ଡାବଦ୍ଧ ପାଇଁ ବନକୁ ଗମନ କରନ୍ତି ।
ଏହା ମୁଖ୍ୟ ମଂଚ ଠାରୁ ପ୍ରାୟ ୨ କିଲୋମିଟର ଦୁର୍ଗାବଜାର ସ୍ଥିତ ଶୃଙ୍ଗବେରପୁର ମଂଚରେ ( ନେତାଜୀ ମଇଦାନ ) ଅନୁଷ୍ଠିତ ହୁଏ । ବିଭିନ୍ନ ପ୍ରକାର ବାଜା ବାଣ,ରୋଷଣୀ , ନୃତ୍ୟ ସଂଙ୍ଗୀତ ସହ ସୁ ସଜ୍ଜିତ ରଥ , ହାତୀ, ଘୋଡା, ଓଟ,କଳ ଘୋଡା, ବୁଢାବୁଢୀ ନାଚ,ବାଘଖେଳ, ବିରାଟ ବିରାଟ ଫୁଲଗଛ , ମେଢ଼ ,ଶତାଧିକ ଢୋଲିଆ କଂ ଢୋଲବାଦ୍ୟ ତାଳେ ତାଳେ ଅନୁଷ୍ଠିତ ହେଉଥିବା ପଟୁଆର ଦୃଶ୍ୟ , ଅତ୍ୟନ୍ତ ଚିତାକର୍ଷକ ହୋଇଥାଏ । ଏହି ପଟୁଆରରେ ଦଶପଲ୍ଲା ଅଂଚଳର ସମସ୍ତ ବର୍ଗର ଜନସାଧାରଣ ସ୍ବେଛାକୃତ ଭାବରେ ଯୋଗଦେଇଥାନ୍ତି .
ଦୁଇ କିଲୋମିଟର ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ମୁକ୍ତାକାଶ ରଂଗମଂଚରେ ପ୍ରଭୂ ଶ୍ରୀରାମ , ମୃଗୟା ସମୟରେ ଆପଣାର ସେନା ଠାରୁ ଦୂରେଇ ଯାଆନ୍ତି, ସେଠାରେ ଶବର ରାଜା ଗୁହ୍ୟକ ସହ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ରାଘବେନ୍ଦ୍ର ସରକାରଙ୍କ ମିତ୍ରତା ହୁଏ । ଶବର ରାଜାଙ୍କ ଆତିଥ୍ୟ ଓ ଶବର ଶବରଣୀଙ୍କ ନାଚରେ ପ୍ରଭୁ ଶ୍ରୀରାମ ନିମଗ୍ନ ହୋଇଯାଆନ୍ତି । ଶେଷରେ ପୁଣି ସେନା କଂସହ ପ୍ରଭୂକଂ ମିଳନ ହୋଇ ଅଯୋଧ୍ୟା ପ୍ରତ୍ୟାଗମନ କରନ୍ତି । ଆଜିର ଏହି ନୀଳାଭିନୟ ଅତୀବ ମନୋରମ ଓ ଚିତ୍ତାକର୍ଷକ ହୋଇଥିଲା । ଏହି ଉତ୍ସବରେ ଦଶହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ କଂ ସମାଗମ ହୋଇଥିଲା ।