ଆସନ୍ତା ୨୨ରେ ରାସ୍ତା ରୋକ ନେଇ ଆର,ଉଦୟଗିରି ପ୍ରଶାସନକୁ ସଂଗ୍ରାମ ସମିତିର ଦାବିପ୍ରତ୍ର ପ୍ରଦାନ

୨୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଆସନ୍ତ ୨୨ତାରିଖରେ ଛେଳିଗଡ ରୁ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ଅବରୋଧ ନେଇ ଆଜି ଆର,ଉଦୟଗିରି ପ୍ରଶାସନକୁ ବୁଢୀ ଅଞ୍ଚଳର ବିସ୍ଥାପିତ ସଂଗ୍ରାମ ସମିତି ଦାବି ପ୍ରତ୍ର ପ୍ରଦାନ କଲେ । ଆର,ଉଦୟଗିରି ବ୍ଳକ ଛେଳିଗଡ ଠାରେ ଚାଲିଥିବାଜଳପ୍ରକଳ୍ପର ଟନେଲ କାମ ସପୂଣ୍ଣ ହୋଇଥିବା ବେଳେ ଅଞ୍ଚଳର ରହୁଥିବା ବୁଢୀ ଅଞ୍ଚଳର କ୍ଷେତିଗ୍ରସ୍ତ ପରିବାରକୁ ନିଜ ନିଜର ଦାବି ଅନୁଯାଇ କ୍ଷେତି ପୂରଣ ଆଜି ପ୍ରର୍ଯ୍ୟନ୍ତ ମିଳିନାହିଁ । ବୁଢୀ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ସରକାର ଓ ପ୍ରଶାସନ ଦେଇଆସୁଥିବାରୁ ଅଞ୍ଚଳବାସୀ ଅଷୋନ୍ତସ ହୋଇ ଶନିବାର ରାତ୍ର ୭ଟା ଆର,ଉଦୟଗିରି ଥାନା ଅଧିକାରୀ, ତହସିଲିଦାର ଓ ବିଡିଓଙ୍କୁ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଆସନ୍ତା ୨୨ ତାରିଖରେ ସକାଳ ୬ ଘଣ୍ଟା ସମୟରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ୩୨୬ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ବିସ୍ଥାପିତ ସଂଗ୍ରାମ ସମିତି । ଏନେଇ ବିସ୍ଥାପିତ ସଂଗ୍ରାମ ସମିତିର ସଭାପତି ଚୈତନ୍ୟ ସାହୁ ସୁଚନା ଦେଇଛନ୍ତି ।