ବେଗୁନିଆ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ପ୍ରଚାର – ବାପାଙ୍କ ଆଶ୍ରିବାଦ ନେଇ ମୁଜିତିଵି- ପୃଥ୍ୱୀ ବଲ୍ଲଭ 

୨୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼  :-> 2024 ସାଧାରଣ ନିର୍ବାଚନର ବିଗୁଲ ଘଣ୍ଟି କଂଗ୍ରେସ ଦଳ ତରଫରୁ ରବିବାରଦିନ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଶୁଭlରମ୍ଭ ହୋଇଯାଇଛି.! ବିଜେପି ଓ ବିଜେଡି ଦଳ ତରଫରୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ କୈଣସି ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ନଂ ଥିବାବେଳେ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାର୍ଥୀଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବାଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ର ପୃଥିବୀ ବଲ୍ଲବ ପଟ୍ଟନାୟକ ଓ ଭୁବଵେଶ୍ୱର ସାଂସଦ ସୟଦ ଆସିର ନୱାଜ ପାର୍ଥୀ ହୋଇଅଛନ୍ତି. !

ଆଜି ଉଭୟ ପାର୍ଥୀ ସରୁଆଠାରେ କଂଗ୍ରେସ ଦଳର ବିଜୟ ପାଇଁ ଏକ କଂଗ୍ରେସ କର୍ମୀ ସମ୍ମିଳନୀ କରି ତିନି ହଜାରରୁ ଉର୍ଦ୍ଧ କଂଗ୍ରେସ କର୍ମୀମାନଙ୍କୁ ନେଇ ବିଶାଳ ବାଇକ ରାଲି ଶୋଭାଯାତ୍ରା ବୋଲଗଡ଼ ବ୍ଲକ ଅନ୍ତର୍ଗତ ବିଜିପୁର ଗେଟ ପର୍ଯ୍ୟନ୍ତ ବାହାରିଥିଲା. ! ପ୍ରତେକ କଂଗ୍ରେସ କର୍ମୀମାନେ ହାତରେ ଜାତୀୟ କଂଗ୍ରେସ ଦଳର ପତାକା ଧରି କଂଗ୍ରେସ ଜିଟାଓ ରାଜ୍ୟ ବଞ୍ଚାଓ ନାରଡେଇ କଂଗ୍ରେସ ଦଳର ଜୟାଗନ କରିଥିଲେ. !

କଂଗ୍ରସ ଦଳ ଶୋଭାଯାତ୍ରା ସମୟରେ ବିଧାୟକ ପାର୍ଥୀ ଶ୍ରୀ ପଟ୍ଟନାୟକ ଓ ସାଂସଦ ପାର୍ଥୀ ଶ୍ରୀ ନା୍ୱାଜଙ୍କୁ ସରୁଅ. ବେଗୁନିଆ, ପିଚୁକୁଳି, ରାଜସୁନାଖଳା, ବୋଲଗଡ଼ ଓ ବିଜିପୁର ଗ୍ରାମ ଠାରେ ଦଳୀୟ କର୍ମୀମାନେ ଉତ୍ସାହିତ ହୋଇ ଫୁଲ ତୋଡ଼ା ଓ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ. ! ପ୍ରଚଣ୍ଡ ଫ୍ରୀଷ୍ମ ପ୍ରବାହ ସତ୍ୱେ ବହୁ କଂଗ୍ରେସ କର୍ମୀମାନେ ସ୍ୱଇଚ୍ଛାରେ ଏହି ବିଶାଳ ବାଇକ ରାଲିରେ ଯୋଗଦେଇଥିଲେ. !

ଉଭୟ ପାର୍ଥୀ କଂଗ୍ରେସଦଳ ବିଜୟ ପାଇଁ ସମସ୍ତ ଜନସାଧାରମlନଙ୍କୁ ହାତଯୋଡ଼ି ଭୋଟ ଭିକ୍ଷା କରିଥିଲେ. ! ଏହି ବାଇକ ରାଲିରେ ଶତାଧିକ କର୍ମୀମାନେ ଯୋଗଦେଇଥିବାରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ରାଜସୁନାଖଳା କାଉଁରିପାଟଣା ସାହି ଯୁବକ ସଂଘ ପକ୍ଷରୁ ଦହି ପଣ ବଣ୍ଟନ କରାଯାଇଥିଲା.! ମୋ” ବାପା ସ୍ୱର୍ଗତ ଜାନକୀବାଲ୍ଲଭ ପଟ୍ଟନାୟକ ବେଗୁନିଆ ନିର୍ବାଚନ ମଣ୍ଡଳୀର ଉର୍ନ୍ନତି ତଥା ବିକାଶ ପାଇଁ ସୁଖ ସୁଖର ସାରଥୀଥିଲେ !

ମୁଁ ତାଙ୍କର ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଶପଥ ନେଇଛି ଏବଂ ମୁଁ ତାଙ୍କ ଆଶ୍ରିବାଦ ନେଇ ବିଜୟ ହେବି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ. ! କଂଗ୍ରେସ ଦଳ ବିଜୟୀ ହେଲେ ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ଓ ଅନ୍ୟାୟ ବିରୋଧରେ ସଂଗ୍ରାମ ଜାରିରହିବା ବୋଲି ସାଂସଦ ପାର୍ଥୀ ଶ୍ରୀ ନାୱାଜ ଘୋଷଣା କରିଥିଲେ.!