ଓଡିଶା ତାଜା ନ୍ୟୁଜ୍ (୦୨ ଅଗଷ୍ଟ ରବିବାର) କଳାହାଣ୍ଡି :- କୁହାଯାଏ ଆଜିର ସମାଜରେ ଭଗବାନ ଶ୍ରୀକୃଷ୍ଣ ଓ ସଖା ସୁଦାମା ପରି ଉଦାହରଣ ସୃଷ୍ଟି କରୁଥିବା ବନ୍ଧୁତ୍ବ ଆଉ ନାହିଁ । ଆଧୁନିକ ଚାକଚକ୍ୟ ସୋସିଆଲ ମିଡ଼ିଆରେ ଛାଇ ହୋଇ ରହୁଛି ପ୍ରେମିକ ଓ ପ୍ରେମିକାଙ୍କ ଫଟୋ । ଏବେ ଆଉ ଦେଖାଯାଉ ନାହିଁ ବନ୍ଧୁର ବନ୍ଧୁତ୍ବ, ନାହିଁ ବିପଦର ବନ୍ଧୁ, ନାହିଁ ଅନ୍ତରଙ୍ଗ ବନ୍ଧୁ । ତେବେ ପ୍ରେମ,ବିଶ୍ଵାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାରୁ ବନ୍ଧୁତା ସୃଷ୍ଟି ହୁଏ । ଉତ୍ତମ ବନ୍ଧୁତାରେ ନ ଥାଏ କୁଟିଲତା, ନ ଥାଏ ସ୍ଵାର୍ଥପରତା, ନ ଥାଏ ଆବିଲତା ।
ବନ୍ଧୁତା ଯୋଡ଼ି ହୁଏ ସାରା ଜୀବନ ପାଇଁ ସାଙ୍ଗସାଥୀ ହୋଇ ରହିବା । ବିପଦ ଆପଦରେ ଜଣେ ପ୍ରକୃତ ବନ୍ଧୁ , ବନ୍ଧୁ ପାଖରେ ଛିଡ଼ା ହେବା । ବନ୍ଧୁତା ହୋଇ ପାରେ ଗୋଟିଏ ଶବ୍ଦ କିନ୍ତୁ ବନ୍ଧୁର ବ୍ୟାପକତା ଅନେକ । ଗୋଟିଏ ବନ୍ଧୁ ବା ସାଙ୍ଗର ପ୍ରତିଭାଷା କେବେ ତୁଲନା କରି ହେବନି । ତେଣୁ ଆସନ୍ତୁ ଜାଣିବା ବନ୍ଧୁ ବିଷୟରେ କିଛି ପଦ…। ବନ୍ଧୁତା ସୁଖକୁ ଦିଗୁଣ କରିଦିଏ ଏବଂ ଦୁଃଖକୁ ଅଧା କରିଦିଏ । ବିପଦ ସମୟରେ ବନ୍ଧୁର ମହତ୍ଵ ବୁଝାପଡେ । ପ୍ରକୃତ ବନ୍ଧୁ ଯୁଦ୍ଧରେ ତୁମ ପାଇଁ ଗୁଳିକୁ ବି ସାମ୍ନା କରିବ । ବନ୍ଧୁ ନୁହେଁ ସେ ସୁଖ ସମୟେ ଦିଏ ପାଖେ ଦେଖା, ବିପତ୍ତି ସମୟେ ଲୁଚି ଛବି ଦିଏନି କେବେ ଦେଖା ।
ଦୂରେ ଥିଲେ ପଛେ ଯେ ମନାଷେ ବନ୍ଧୁର ମଙ୍ଗଳ ସେ ଭଳି ବନ୍ଧୁ ହୋଇପାରେ ଧନରେ କାଙ୍ଗାଳ ହେଲେ କେବେ ହୁଏନି ସେ ବନ୍ଧୁ ମନରେ କଙ୍ଗାଳ । ବନ୍ଧୁ ଯେତେ ଦୁଃଖ କଷ୍ଟେ ଥିଲେ ବି କରେନି ମନେ ଉଣା । ବନ୍ଧୁ ତା ପାଖେ ଥିଲେ ଲାଗେ ତାକୁ ହୋଇଛି ସେ ଜଗତଜିଣା । ଆସନ୍ତୁ ଜୀବନରେ ଏମିତି କିଛି ବନ୍ଧୁ ସୃଷ୍ଟି କରିବା ଯିଏ ସବୁ ବେଳେ ଦର୍ପଣ ପରି ରହୁଥିବ । ସମ୍ପଦର ବନ୍ଧୁ ନ ହୋଇ ବିପଦର ବନ୍ଧୁ ହେବ । (ପ୍ରଦୀପ କୁମାର ଗଉଡ,ଭୀମକେଲା, କଳାହାଣ୍ଡି,)