ଓଡିଶା ତାଜା ନ୍ୟୁଜ୍ (୦୨ ଅଗଷ୍ଟ ରବିବାର) କଟକ,ମାହାଙ୍ଗା :- ସମ୍ପ୍ରତି କୋଭିଡ ମହାମାରୀ ସମୟରେ ଲୋକଙ୍କୁ ସେବା ଯୋଗାଇବା ସହ ସଚେତନତାର ବାର୍ତା ବାଣ୍ଟି ଲୋକଙ୍କୁ କରୋନା ମହାମାରୀରୁ ରକ୍ଷା କରୁଥିବା କର୍ତବ୍ୟ ରତ ଡାକ୍ତର ସାମ୍ବାଦିକ ଓ ଶିକ୍ଷକ ଙ୍କୁ ଆଜି କଟକ ଜିଲ୍ଲା ମାହାଙ୍ଗା ଭେଡା ପଂଚାୟତ ଲପଟୁଆଁ ଗ୍ରାମର ସାମାଜିକ ଅନୁଷ୍ଠାନ ସୁରୀୟ ନନ୍ଦିନୀ ଅନୁଷ୍ଠାନ ପକ୍ଷରୁ କୋଭିଡ ବୀର ସଂମାନ ପ୍ରଦାନ କରାଯାଇଛି,
ଅନୁଷ୍ଠାନ ର ସଭାନେତ୍ରୀ ସରସ୍ବତୀ ପରିଡାଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଯୁଗ୍ମ ସଚିବ ରବିନ୍ଦ୍ରନାଥ ମିଶ୍ର, ସମ୍ମାନିତ ଅତିଥି ଭାବେ ପରିବେଶବିତ ଅକ୍ଷୟ ଷଡ଼ଙ୍ଗୀ, ଅତିରିକ୍ତ ତହସିଲଦାର ବାବୁରାମ ମୁର୍ମୁ ପ୍ରମୁଖ ଯୋଗଦେଇ କରୋନା ଭୟାବହତା ଓ ନିରାକରଣ ସମ୍ପର୍କରେ ଆଲୋଚନା କରିବାସହ ମାହାଙ୍ଗା ର ଡାକ୍ତର ସୂର୍ଯ୍ୟାସ୍ତ ସିଂହ, ବିତ୍ତ ପରିଚାଳକ ସନ୍ତୋଷ ଶତପଥି,ଲ୍ୟାବ ଟେକନିସିଆନ ଆଶିଷ ମହାନ୍ତି,
ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁଧାଂଶୁ ସାହୁ, ସାମ୍ବାଦିକ ଦୀପକ ସାହୁ ଲଷ୍ମୀଧର ଖୁଣ୍ଟିଆ, ଅମୀୟ ନାୟକ, ଅଶୋକ ଦାଶ, ତାପସ ବିଶ୍ୱାଳ, ଅର୍ଜୁନ ସାହୁ, ଶିବାନୀ ସାହୁ, ବିକ୍ରମ ନାୟକ ପ୍ରମୁଖଙ୍କୁ କରୋନା ମହାମାରୀ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୋଭିଡ ବୀର ସଂମାନ ପ୍ରଦାନ କରିଥିଲେ, ସେହିପରି ମାହାଙ୍ଗା ପ୍ରେସ କ୍ଲବ ପକ୍ଷରୁ ସରସ୍ବତୀ ପରିଡା ଓ ପଣ୍ଡିତ ପ୍ରଭାତ କର ଙ୍କୁ ସମାଜସେବୀ ସଂମାନରେ ସମ୍ବର୍ଦ୍ଧିତ କରାଯାଇଥିଲା,
ଏହି କାର୍ଯ୍ୟ କ୍ରମରେ ଲଲାଟ କେଶରୀ ସିଂହ ଧନ୍ୟବାଦ ଦେଇଥିଲା ବେଳେ ବୀରବର ସାଇଁ ଅଭିରାମ ସିଂହ ସରସ୍ବତୀ ସାହୁ ନିରୁପମା ସିଂହ ଗୌର ଚନ୍ଦ୍ର ସିଂହ ସୁଭଦ୍ରା ସ୍ୱାଇଁ, ଅଭିସ୍ମିତା ସ୍ୱାଇଁ, ସାବିତ୍ରୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ, (କଟକ,ମାହାଙ୍ଗା ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)