୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ରେ ଇଦ୍ ମିଲନ ପାଇଁ ବିଶାଳ ମଟର ସାଇକେଲ ଶୋଭା ଯାତ୍ରା, ବିଶାଳ ମଟର ସାଇକେଲ ଶୋଭା ଯାତ୍ରା ଓସ୍ତମୂଳ ଖଣ୍ଡୋଳ ଠାରୁ ଆରମ୍ଭ ହୋଇ ପ୍ରତି ବଜାର ରେ ବଜାର କମିଟି ଓ ମହିଳା ମାନେ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଦେଇ ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ , ବିଧାୟକ ପ୍ରାଥି ଅଙ୍କିତ ପ୍ରତାପ ଜେନା ଓ କେନ୍ଦ୍ରପଡ଼ା ସାଂସଦ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି ଙ୍କୁ କରିଥଲେ ।
କୁଆଁପାଳ ବ୍ଲକ୍ ଛକ ରେ ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତ୍ତୀ ରେ ପୁଷ୍ପ ମାଲ୍ୟ ଦେଇଥିଲେ । ତା ପରେ ବ୍ଲକ୍ ଆଗରେ ଥିବା ପୂର୍ବତନ ବାଚସ୍ପତି ଶରତ କର ଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ପୁଷ୍ପ ମାଲ୍ୟ ଦେଇ ଥିଲେ । ପୁଣି କୁଆଁପାଳ ଠାରୁ ରାଲୀ କୋଟପାଡ଼ ବୈଷ୍ଣବ ପାଣି ପ୍ରତି ମୂର୍ତ୍ତୀ ରେ ପୁଷ୍ପ ମାଲ୍ୟ ଦେଇ ସେଠୁ ବାହାରି ଜୟପୁର ଜଗନ୍ନାଥ ପୁର ଇଦ୍ ମିଲନ ସଭା ରେ ଉପସ୍ଥିତ ରହି ଥିଲେ ।
ଏହି ସଭାରେ ମାନ୍ୟବର କେନ୍ଦ୍ରାପଡ଼ା ସାଂସଦ , ବିଧାୟକ ପ୍ରାଥୀ ଅଙ୍କିତ ପ୍ରତାପ ଜେନା ଓ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଉପସ୍ଥିତ ରହି ମୁସଲମାନ ଭାଈ ମାନଙ୍କ ସହିତ ଭାଇ ଚାରା ସମ୍ପର୍କ ଆଣିଥିଲେ ।