ସମ୍ବଲପୁର ଜିଲାରେ ମାରାଥନ ପ୍ରଚାର ଆରମ୍ଭ କରିଛି : ବିଜେଡି ଲୋକସଭା ଆସନ ପ୍ରାର୍ଥୀ – ପ୍ରଣବ ପ୍ରକାଶ ଦାସ

୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :-> ମାଁ ସମଲେଶ୍ୱରୀଙ୍କ ନାମ ନେଇ ବିଜେଡି ଦଳର ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି) ଶୁକ୍ରବାର ସମ୍ବଲପୁର ଜିଲାରେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ସମ୍ବଲପୁର ମାଟି ବୀରମାଟି, ମାଁ ସମଲେଶ୍ୱରୀଙ୍କ ମାଟି, ବୀର ସୁରେନ୍ଦ୍ର ସାଏଙ୍କ ମାଟି। ଏ ମାଟି ମାଁ ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ମୋତେ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ଦାସ ପ୍ରଚାର ସମୟରେ କହିଛନ୍ତି ।

ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ଶ୍ରୀ ଦାସ ବିଭିନ୍ନ ଗ୍ରାମ ଗୁଡିକୁ ଯାଇ ପ୍ରଚାର କରିବା ସହିତ ଜନତାଙ୍କ ସହିତ ଆଲୋଚନା କରି ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ। ଅଭିଯାନ କ୍ରମରେ ଧନକଉଡା ଜୋନ ୧ ଅର୍ନ୍ତଗତ ତାଲବ ଗ୍ରାମର ସମଲେଇ ମନ୍ଦିର ଯାଇ ମାଁ

ସମଲେଶ୍ୱରୀଙ୍କ ଦର୍ଶନ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ତଥା ରେଙ୍ଗାଲି ଜୋନ ୧ ଅନ୍ତର୍ଗତ ଖିଣ୍ଡା ଗ୍ରାମକୁ ଯାଇ ସୁରେନ୍ଦ୍ର ସାଏଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ, ରେଙ୍ଗାଲି ସ୍ଥିତ ଦୁର୍ଗା ମନ୍ଦିର ଦର୍ଶନ, ରେଙ୍ଗାଲି ନାଗରିକ କମିଟି ଓ ମାରୱାଡି ସମାଜ ସହିତ ଆଲୋଚନା ଏବଂ ବିଜେଡିର ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ।