ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି-ବିଜେପିର ମାରାଥନ୍ ରୋଡ୍ “ସୋ” , ଗଡ଼ ଜିତିବା ପାଇଁ ପ୍ରୟାସ ଓ ପ୍ରସ୍ତୁତି

୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ  :->  ନିର୍ବାଚନ ଘୋଷଣା ପରେ ୧୮ ତାରିଖରୁ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହୋଇଥିଲା ବେଳେ ନିର୍ବାଚନ ପ୍ରକ୍ରିୟା ଏକ ପ୍ରକାର ଆରମ୍ଭ ହୋଇଯାଇଥିଲା ବେଳେ ପ୍ରାର୍ଥୀ ମାନେ ଲଢେଇ ପାଇଁ ପ୍ରସ୍ତୁତ ହୋଇସାରିଲେଣି । ତେବେ ନିର୍ବାଚନ ବୈତରଣୀ କିପରି ପାରେ ହେବେ ସେନେଇ ପ୍ରୟାସ ଓ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବୁଧବାର ବିଜେପି ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପୁର୍ବତନ ବିଧାୟକ ତଥା ବିଜୁଜନତା ଦଳରୁ ଇସ୍ତଫା ଦେଇ ସପ୍ତାହକ ତଳେ ବିଜେପିରେ ଯୋଗ ଦେଇଥିବା କୈଳାସ ଚନ୍ଦ୍ର କୁଲେସିକାଙ୍କୁ ପ୍ରାର୍ଥୀ କରିବା ପରେ ଶ୍ରୀ କୁଲେସିକା ଏଠାରେ ଏକ ରୋଡ୍ “ସୋ” ସହିତ ଶୋଭାଯାତ୍ରା କରି ତାଙ୍କର ପତିଆରା ଜାହିର୍ କରିଛନ୍ତି ।

ସ୍ଥାନୀୟ ମିନି ଷ୍ଟାଡିୟମ୍ ରୁ ଏକ ଶୋଭାଯାତ୍ରାରେ ଘୋଡାବନ୍ଧ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ବହୁସଂଖ୍ୟକ ଯୁବକ ମୋଟର ସାଇକେଲ ରାଲିରେ ସାମିଲ୍ ହୋଇଥିଲେ । ବାଟରେ ବସଷ୍ଟାଣ୍ଡ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତାଙ୍କ ସହିତ କୋରାପୁଟ ଲୋକସଭା ପ୍ରାର୍ଥୀ କାଳିରାମ ମାଝୀଙ୍କ ସହିତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବହୁ ସଂଖ୍ୟକ କର୍ମୀ ଓ ସମର୍ଥକ ଯୋଗଦେଇ ଥିଲେ । ଆମ୍ବ ତୋଟା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଠାରେ ଉଭୟ ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକାଙ୍କ ସହିତ ଲୋକସଭା ପ୍ରାର୍ଥୀ କାଲିରାମ ମାଝୀଙ୍କ ସହିତ ଅନ୍ଯାନ୍ଯ ନେତୃବୃନ୍ଦ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ କହିବା ସହିତ ବିଜେଡି ଓ କଂଗ୍ରେସ ବିରୁଦ୍ଧରେ ବିଷୋଦଗାର କରିଥିଲେ ।

ସେହିପରି ବିଜେଡ଼ି ପ୍ରାର୍ଥୀ ପ୍ରଭୁ ଜାନୀ ମଧ୍ଯ ବୁଧବାର ଦିନ ଏକ ରୋଡ୍ “ସୋ” କରି ଲକ୍ଷ୍ମୀପୁର , ନାରାୟଣପାଟଣା , ବନ୍ଧୁଗାଁ ଓ ଦଶମନ୍ତପୁର ରେ ପ୍ରଚାର ଆରମ୍ଭ କରିଛନ୍ତି । ଶ୍ରୀ ଜେନା ବନ୍ଧୁଗାଁ ବ୍ଲକର ନିଲାବାଡି ଠାରେ ଥିବା ଅଗ୍ନି ଗଙ୍ଗା ମା’ ଙ୍କ ନିକଟରେ ପୂଜାର୍ଚ୍ଚନା କରି ବନ୍ଧୁଗାଁ ସହିତ ନାରାୟଣପାଟଣା , ଲକ୍ଷ୍ମୀପୁର ଓ ଦଶମନ୍ତପୁର ବ୍ଲକରେ ମୋଟରସାଇକେଲ ରାଲି କରି କରିଥିଲେ । ତାଙ୍କ ସହିତ ପୁର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲା ବିଜୁଜନତା ଦଳର ସଭାପତି ଝିନ ହିକକାଙ୍କ ସହିତ ଜିଲା ଓ ବ୍ଲକ ସ୍ତରୀୟ ନେତା ମାନେ ଯୋଗଦେଇ ଉଭୟ ବିଜେପି ଓ କଂଗ୍ରେସ ବିରୁଦ୍ଧରେ କହିବା ସହିତ ମୁଖ୍ୟମନ୍ତ୍ରୀଙ୍କ ନି ନିର୍ମଳ ଭାବମୂର୍ତ୍ତି ଓ ସ୍ବଚ୍ଛ ଶାସନ ସମ୍ପର୍କରେ କହି ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନୀ ଓ କୋରାପୁଟ ଲୋକସଭା ପ୍ରାର୍ଥୀ ଶ୍ରୀମତୀ କୌଶଲ୍ୟା ହିକକାଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜିତାଇବାକୁ ନିବେଦନ କରିଥିଲେ ।