ଓଡିଶା ତାଜା ନ୍ୟୁଜ୍ (୦୨ ଅଗଷ୍ଟ ରବିବାର) ଢେଙ୍କାନାଳ :- ଜିଲ୍ଲାରେ ଆଜି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ହିନ୍ଦୋଳ ବ୍ଲକ ରାସୋଳ ଓ ବାବନ୍ଧ ସଙ୍ଗରୋଧ କେନ୍ଦ୍ରରୁ ଜଣେ ଲେଖାଏଁ, କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମାରୁ ୫ ଜଣ, ଗନ୍ଦିଆ ବ୍ଲକ ଷଡ଼ଙ୍ଗୀରୁ ୨, ଓ କାଲୁରିଆ ପାଟଣାରୁ ଜଣେ, କାମାକ୍ଷାନଗର NAC ନୂଆ ରେକୁଳାରୁ ଜଣେ, ସଦର ବ୍ଲକ ଗୋବିନ୍ଦପୁର ରୁ ଜଣେ ଏବଂ ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କ ମଧ୍ୟରୁ ୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୦ ଜଣ ରୋଗୀ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣକ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ଢେଙ୍କାନାଳ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି ।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା କାମାକ୍ଷାନଗର NAC କୁ ଆସନ୍ତା ୩ ଦିନ ପାଇଁ ସଟଡାଉନ୍ ଘୋଷଣା କରିବା ସହ ଓଡ଼ାପଡ଼ା ବ୍ଲକର ୫ଟି ଗ୍ରାମ ପଞ୍ଚାୟତ ଯଥା ନାଧରା, ବଳରାମ ପ୍ରସାଦ,ବାଙ୍ଗୁରଶିଙ୍ଗ୍, ଓଡ଼ାପଡ଼ା ଓ ଏନ୍ ବି ପୁର କୁ ଆଜିଠାରୁ ୭ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି ।
ଜିଲ୍ଲାରେ ଆଜି ଆଉ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ଅଦ୍ୟାବଧି ୩୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । (ଢେଙ୍କାନାଳ ରିପୋର୍ଟ /ଆମର ରଞ୍ଜନ ଦାସ)