ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ଶିବିର ଦିନକୁ ଦିନ ଦୁର୍ବଳ ହେଉଛି : ବିଜେଡିର ମିଶ୍ରଣ ପର୍ବ

ବିଜେପି ନେତା ଓ କର୍ମୀଙ୍କ ସୁଅ ବିଜେଡି ମୁହାଁ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ ଓ ଉନ୍ନତୀର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି ।

୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ନୟାଗଡ଼ :-> ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ଶିବିର ଦିନକୁ ଦିନ ଦୁର୍ବଳ ହେଉଛି । ବିଜେଡି ମୁହାଁ ହେଉଛନ୍ତି ବିରୋଧୀ ନେତା । ବିଜେପି ନେତା ଓ କର୍ମୀଙ୍କ ସୁଅ ବିଜେଡି ମୁହାଁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ ଓ ଉନ୍ନତୀର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଗତ ଏକ ମାସ ମଧ୍ୟରେ ପନ୍ଦର ଶହରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ଓଡ଼ଗାଁ ବ୍ଲକର ୧୮ ପଞ୍ଚାୟତ ଏବଂ ନୟାଗଡ଼ ବ୍ଲକର ୨୯ ପଞ୍ଚାୟତକୁ ନେଇ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିବା ବେଳେ ଓଡ଼ଗାଁ ଏନଏସି ଓ ନୟାଗଡ଼ ପୈାର ପରିଷଦ ଏଥିରେ ସାମିଲ ରହିଛି ।

ଆଗାମୀ ସାଧାରଣ ନିର୍ବାଚନରେ ୨ ଲକ୍ଷ ୧୪ ହଜାର ଭୋଟର ମତଦାନ କରିବାକୁ ଥିବା ବେଳେ ବିଜେଡି ଯୁବ ଓ ମହିଳା ଭୋଟରଙ୍କୁ ପ୍ରାଧ୍ୟାନ୍ୟ ଦେଉଛି । ଫଳରେ ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ହୋଇ ଚାଲିଥିବା ବେଳେ ବିରୋଧି ସଂଗଠନ ଦୁର୍ବଳ ହେଉଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତ କୋଡିଏକାହାଣିଆ ଗ୍ରାମର ବହୁ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଏଥି ସହିତ ରାଜପାଟଣା ଗ୍ରାମ ପଞ୍ଚାୟତର ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି ।

ନୋତର ଗ୍ରାମ ପଞ୍ଚାୟତ କୋଡିଏ କାହାଣିଆ ଗ୍ରାମର ମହେଶ୍ୱର ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ଛବି ପ୍ରଧାନ, ରାଜକିଶୋର ସାହୁ, ବଂଶୀଧର ସାହୁ ଓ ବେଣୁଧର ବେହେରା ବିଜେଡିରେ ସାମିଲ ହୋଇଛନ୍ତି । ଏଥି ସହିତ ରାଜପାଟଣା ଗ୍ରାମ ପଞ୍ଚାୟତର ବିରେନ ଜିତ୍ ନବୀନ ଜେନା ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବା ପାଇଁ ବିରୋଧୀ କର୍ମୀ ମାନେ ବକ୍ତବ୍ୟ ରଖିଛନ୍ତି । ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ତାଙ୍କୁ ଦଳକୁ ସ୍ୱାଗତ କରିଥିବା ବେଳେ ନେତା ଓ କର୍ମୀମାନେ ବିଜେଡିକୁ ଶକ୍ତିଶାଳୀ କରିବେ ବୋଲି କହିଛନ୍ତି । ଏହି ମିଶ୍ରଣ ପର୍ବରେ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କଅଁର, ସମାଜସେବୀ ପୁର୍ଣ୍ଣଚନ୍ଦ୍ର ନାୟକ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା ଓ ନୟାଗଡ଼ ଜିଲ୍ଲା ବିଜେଡି ଉପସଭାପତି ପଦ୍ମ ଉଦୟଭାନୁ ପ୍ରମୁଖ ଉପସ୍ଥିତ ରହିଥିଲେ ।