ବିଜେଡି କାର୍ଯ୍ୟାଳୟରେ ବିଶାଳ କର୍ମୀ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ

ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ବାନ

ବିଧାୟକ ଅରୁଣ ସବୁବେଳେ କର୍ମୀଙ୍କୁ ଗୁରୁତ୍ଵ ଦେଇ ଆସିଛନ୍ତି ବୋଲି ନେତ୍ରୀ ଇରାନୀ ରାୟ କହିବା ସହ ବିଜୁ ଜନତା ଦଳ ପାଇଁ ନିଷ୍ଠାର ସହ କାମ କରିବାକୁ ଆହ୍ବାନ ଦେଇଥିଲେ।

୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :->  ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଶୁକ୍ରବାର ସଂଧ୍ୟାରେ ବିଶାଳ କର୍ମୀ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଜେଡି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ରହିଥିଲେ।ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ସାହୁଙ୍କ ଜୀବନ ଉପରେ ବୃତଚିତ୍ର ପ୍ରଦର୍ଶନ ହୋଇଥିଲା । ନିର୍ବାଚନକୁ ଯୁଦ୍ଧ ଭାବି ଆମେ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ଡ. ସାହୁ କହିଥିଲେ। ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆପଣ ମାନଙ୍କ ପାଖରେ ଶକ୍ତି ଓ ସାମର୍ଥ ଅଛି ବୋଲି କର୍ମୀଙ୍କ ଉଦ୍ଦେଶ୍ୟରେ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ବାନ ଦେଇଥିଲେ। ଏହାକୁ ଗୁରୁତ୍ଵ ଦେଇ କାମ କରିବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ ।

ବିଧାୟକ ଅରୁଣ ସବୁବେଳେ କର୍ମୀଙ୍କୁ ଗୁରୁତ୍ଵ ଦେଇ ଆସିଛନ୍ତି ବୋଲି ନେତ୍ରୀ ଇରାନୀ ରାୟ କହିବା ସହ ବିଜୁ ଜନତା ଦଳ ପାଇଁ ନିଷ୍ଠାର ସହ କାମ କରିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ମହିଳା, ଯୁବ ଓ ଛାତ୍ରମାନେ ସାମିଲ ଥିଲେ। ଚମ୍ପତ୍ତିପୂର ପଞ୍ଚାୟତର ୨୫ ଜଣ ଯୁବକ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିରୁଡ଼ା, ବାଘେରା ଓ ମର୍ଦ୍ଦରାଜପୁର ପଞ୍ଚାୟତର ବହୁ ବିଜେପି କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସେହିଭଳି ଭାବେ ଗୁରୁବାର ରାତିରେ କୋଡ଼ିଏକହାଣିଆ ଗ୍ରାମର ବହୁ ବ୍ୟକ୍ତି ଦଳରେ ସାମିଲ ହୋଇଥିଲେ।