ଖପ୍ରାଖୋଲ ରେ ଅଗ୍ନିଶମ ସୁରକ୍ଷା ସଚେତନତା ସପ୍ତାହ

୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଖପ୍ରାଖୋଲ :-> ଅଗ୍ନିଶମ ବିଭାଗ ତରଫରୁ ସାରା ରାଜ୍ୟରେ ଅଗ୍ନିଶମ ସୁରକ୍ଷା ସଚେତନତା ସପ୍ତାହ ପାଳନ ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଗ୍ନିଶମ ବିଭାଗ ତରଫରୁ ସଚେତନତା ପୋଷ୍ଟର ଲଗାଇ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।

ଦୁର୍ଘଟଣା ରୋକିବା ପାଇଁ ସମସ୍ତେ ସଚେତନ ହେବା କୁ ଆହ୍ଵାନ ଦେଇଥିଲେ । ଏହି ଅବସରରେ ବ୍ଲକ୍ ଅଗ୍ନିଶମ ଅଧିକାରୀ ଜୟଗୋପାଲ ପଣ୍ଡା, ହାବିଲଦାର ପ୍ରକାଶ ସାହୁ, ଘନଶ୍ୟାମ ପଟେଲ, ସୁବାଷ ବାଗ, ଦୁର୍ଜନ ପ୍ରସାଦ ହରିଜନ, ଜିତେନ୍ଦ୍ର ସାହୁ, ବେଲାଲ ସେନ ପୁଟା, ରୁଦ୍ରଦେବ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ ।