୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ସ୍ୱୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳ ଓ ରାଜ୍ୟ ରାଜନୈତିକ ଦଳମାନେ ଦେୟମୁକ୍ତ ନିର୍ବାଚନ ପ୍ରଚାରର ସମୟ ନିର୍ଘଣ୍ଟ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚିରକୁଟ ଉଠାଣ ମାଧ୍ୟମରେ ସ୍ଥିରୀକୃତ ହୋଇଛି। ରହିଥିବା ବ୍ୟବସ୍ଥା ଅନୁସାରେ ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳମାନେ ଆକାଶବାଣୀ ଓ ଦୂରଦର୍ଶନରେ ନିର୍ବାଚନ ପ୍ରଚାର ପାଇଁ ସମୟ ପାଇଥାନ୍ତି ।