• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜନୈତିକ ଦଳମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
April 19, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ରାଜନୈତିକ ଦଳମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
Share on FacebookShare on TwitterWhatsapp

୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଭୁବନେଶ୍ୱର :-> ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଜି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଥିଲେ । ରାଜ୍ୟରେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଶ୍ରୀ ଧଳ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିବା ସହ ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ଅନୁପାଳନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ଯେହେତୁ ଆଜିଠୁ ବିଧିବଦ୍ଧ ଭାବରେ ରାଜ୍ୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ନର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, ସେଥି ପାଇଁ ଆଜିର ଦିନକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ରୂପେ ଅଭିହିତ କରିଥିଲେ ।

ଏହି ଅବସରରେ ସେ ନାମାଙ୍କନ ପତ୍ର ଦାଖଲ, ନାମାଙ୍କନ ପତ୍ର ଯାଞ୍ଚ, ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରକି୍ରୟା, ନିର୍ବାଚନ ଓ ନିର୍ବାଚନ ଫଳ ପ୍ରକାଶ ପାଇବାର ତାରିଖ ଓ ପ୍ରକ୍ରିୟା ବିଷୟରେ ସବିଶେଷ ତଥ୍ୟ ରଖିଥିଲେ । କଳାହାଣ୍ଡି, ନବରଙ୍ଗପୁର (ଏସ୍‌.ଟି.), ବ୍ରହ୍ମପୁର ଓ କୋରାପୁଟ (ଏସ୍‌.ଟି.) ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂକ୍ରାନ୍ତୀୟ ସମସ୍ତ ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଥିଲା । କେତେକ ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ ସମୟକୁ ଅପରାହ@ ୪ଟା ଓ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯାଇଥିବା ବିଷୟରେ ମଧ୍ୟ ଶ୍ରୀ ଧଳ ଟିªଣୀ କରିଥିଲେ । ଅନ୍ୟ ସମସ୍ତ ଅଞ୍ଚଳରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଦେଶରେ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଯାଉଥିବା ନିର୍ବାଚନ ଅନ୍ତର୍ଗତ ଓଡ଼ିଶାର ଉପରୋକ୍ତ ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୨୫ ଅପ୍ରେଲ ୨୦୨୪ (ଗୁରୁବାର)କୁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ସ୍ଥିର କରାଯାଇଛି ।

୨୬ ଅପ୍ରେଲ ୨୦୨୪ (ଶୁକ୍ରବାର) ଦିନ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨୯ ଅପ୍ରେଲ ୨୦୨୪ (ସୋମବାର) ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବାବେଳେ ୧୩ ମଇ ୨୦୨୪ (ସୋମବାର) ଦିନ ମତଦାନ ହେବ । ଏହି ସମସ୍ତ ନିର୍ବାଚନ ପ୍ରକ୍ରିୟା ୦୬ ଜୁନ୍‌ ୨୦୨୪ (ଗୁରୁବାର) ସୁଦ୍ଧା ସଂପୂର୍ଣ୍ଣ ହେବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ନିର୍ବାଚନ ପରିଚାଳନାର ଆହ୍ୱାନ ବିଷୟରେ ଅବଗତ କରିବା ସହ ଖରାରେ ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ ନେଇ ର୍ୟାଲି ଓ ରୋଡ଼୍‌ ସୋ ନକରିବା ପାଇଁ ଆଲୋଚନା ହୋଇଥିଲା । ଏହା ସହ ର୍ୟାଲି ଓ ସଭାରେ ରାଜନୈତିକ ଦଳମାନେ ଯେପରି ଓଆର୍‌ଏସ୍‌, ଅଂଶୁଘାତ ସଂକ୍ରାନ୍ତୀୟ ଔଷଧପତ୍ର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଥିଲେ । ଯଦିଓ ପ୍ରଚଣ୍ଡ ଖରାରେ ନିର୍ବାଚନ ପ୍ରକ୍ରିୟା ଜାରି ରହିବ, ତଥାପି ‘ଅଂଶୁଘାତଜନିତ ହତାହତଶୂନ୍ୟ’ ନିର୍ବାଚନ ହେଉଛି ନିର୍ବାଚନ ପରିଚାଳନାର ମୂଳଲକ୍ଷ୍ୟ ବୋଲି ଶ୍ରୀ ଧଳ ମତପ୍ରକାଶ କରିଥିଲେ ।

ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପ୍ରଚାର ବିଷୟରେ ଆଲୋଚନା କରି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ନିୟମ ଓ ଜନପ୍ରତିନିଧିତ୍ୱ ଅଧିନିୟମ-୧୯୫୧ର ବ୍ୟବସ୍ଥାକୁ ମାନି ଏକ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଦଳମାନେ ପ୍ରଚାର କରି ଏକ ସୁସ୍ଥ ଓ ମହାନ ଗଣତାନ୍ତ୍ରିକ ପଦ୍ଧତିର ଉଦାହରଣ ପ୍ରସ୍ତୁତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଅଭିପ୍ରେରିତ କରିଥିଲେ । ଆଦର୍ଶ ଆଚରଣ ବିଧିର ଅନୁପାଳନ କ୍ରମେ ନିର୍ବାଚନ ପ୍ରଚାର ପାଇଁ ସେ ସଭିଙ୍କୁ ଅନୁରୋଧ କରିଥିଲେ । ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅଦ୍ୟତନ ଭୋଟର ତାଲିକା ବିଷୟରେ ସୂଚନା ଦେଇ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ରରେ ମୋଟ ୬୨,୮୪,୬୪୯ ଜଣ ଭୋଟର ଅଛନ୍ତି ବୋଲି ଜଣାଇଥିଲେ । ଏବେ ଓଡ଼ିଶାରେ ପ୍ରତି ୧୦୦୦ ପୁରୁଷ ଭୋଟର ତୁଳନାରେ ୯୭୪ ଜଣ ମହିଳା ଭୋଟର ଅଛନ୍ତି, ଯାହାକି ଜାତୀୟ ସ୍ତରରେ ମଧ୍ୟ ଖୁବ୍‌ ଭଲ ହାର ମଧ୍ୟରେ ଗଣନା ହେଉଛି। ଏହା ସହ ରାଜ୍ୟରେ ମୋଟ ଅଦ୍ୟତନ ଭୋଟର ସଂଖ୍ୟା ୩ କୋଟି ୩୬ ଲକ୍ଷ ପହଞ୍ଚିଥିବା ବିଷୟରେ ସେ ଅବଗତ କରାଇଥିଲେ ।

କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୮,୫୦,୬୫୮ ପୁରୁଷ, ୮,୪୯,୪୨୪ ମହିଳା ଓ ୧୧୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଥିବାବେଳେ ନବରଙ୍ଗପୁରରେ ୭,୪୨,୨୧୬ ପୁରୁଷ, ୭,୭୧,୪୨୪ ମହିଳା ଓ ୧୧୬ ଜଣ ତୃତୀୟ ଲିଙ୍ଗୀ ଭୋଟର, ବ୍ରହ୍ମପୁରରେ ୭,୯୬,୯୫୯ ପୁରୁଷ, ୭,୯୩,୪୩୬ ମହିଳା ଓ ୧୪୯ ଜଣ ତୃତୀୟ ଲିଙ୍ଗୀ, କୋରାପୁଟରେ ୭,୦୬,୩୮୩ ପୁରୁଷ, ୭,୭୩,୪୮୭ ମହିଳା ଓ ୨୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ଉପରୋକ୍ତ ଚାରୋଟି ଲୋକସଭା ଅଞ୍ଚାଳରେ ୩୦,୯୬,୨୪୩ ପୁରୁଷ, ୩୧,୮୭,୭୭୧ ମହିଳା ଓ ୬୩୫ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । କଳହାଣ୍ଡିରେ ମୋଟ ଭୋଟର ସଂଖ୍ୟା ୧୭,୦୦,୨୧୯ ଥିବାବେଳେ ୨୧୦୩ଟି ବୁଥ୍‌ ରହିଛି । ଏଠରେ ପ୍ରତି ୧୦୦୦ ପୁରୁଷରେ ୯୯୯ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ନବରଙ୍ଗପୁରରେ ମୋଟ ୧୫,୧୩,୭୫୬ ଜଣ ଭୋଟର ରହିଥିବାବେଳେ ପ୍ରତି ୧୦୦୦ ପୁରୁଷରେ ୧୦୩୯ ମହିଳା ଭୋଟର ଅଛନ୍ତି ।

ଏହି ଲୋକସଭା କ୍ଷେତ୍ରରେ ମତଦାନ ନିମନ୍ତେ ୧୭୭୯ ବୁଥ୍‌ର ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁରରେ ମୋଟ ୧୫,୯୦,୫୪୪ ଜଣ ଭୋଟର ଥିବାବେଳେ ପ୍ରତି ୧୦୦୦ ପୁରୁଷ ଭୋଟର ତୁଳନାରେ ୯୯୬ ମହିଳା ଭୋଟର ରହିଛନ୍ତି । ୧୬୯୯ ବୁଥ୍‌ରେ ଏହି ନିର୍ବାଚନ କ୍ଷେତ୍ର ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି କୋରାପୁଟ ଲୋକସଭା ଅଞ୍ଚଳରେ ୧୪,୮୦,୧୩୦ ସମୁଦାୟ ଭୋଟର ରହିଥିବାବେଳେ ପ୍ରତି ୧୦୦୦ ପୁରୁଷ ଭୋଟର ତୁଳନାରେ ୧୦୯୫ ମହିଳା ଭୋଟର ରହିଛନ୍ତି । ଏଠାରେ ମତଦାନ ପାଇଁ ୧୭୯୮ଟି ବୁଥ୍‌ର ବ୍ୟବସ୍ଥା କରାଯାଇଛି । ଏହି ଚାରୋଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୬୨,୮୪,୬୪୯ ଭୋଟର ରହିଥିବାବେଳେ ସେମାନଙ୍କ ମତଦାନ ପାଇଁ ୭୨୮୯ ବୁଥ୍‌ର ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା ବିଷୟରେ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚିତ କରିଥିଲେ । ଇଭିଏମ୍‌ ଓ ଭିଭିପାଟ୍‌ର ସୁରକ୍ଷା, ର୍ୟାଣ୍ଡମାଇଜେସନ୍‌ ଓ କମିସନିଂ ବିଷୟରେ ଶ୍ରୀ ଧଳ ଉପସ୍ଥିତ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ।

ରାଜନୈତିକ ଦଳମାନେ ‘ସୁବିଧା’ ଆପ୍‌ରେ ଅନ୍‌ଲାଇନ୍‌ରେ ସବୁ ଅନୁମତି ପାଇଁ ଆବେଦନ କରିବାକୁ ସେ ଅନୁରୋଧ କରିଥିଲେ । ପ୍ରଚାର ସମୟରେ ବ୍ୟକ୍ତିଗତ ଆକ୍ଷେପରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ । ଏହାପରେ ରାଜନୈତିକ ଦଳର ପ୍ରତିନିଧିମାନେ ସେମାନଙ୍କର ବିଭିନ୍ନ ପ୍ରସଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ, ଯାହା ଉପରେ ସକରାତ୍ମକ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିହିର ମହାନ୍ତି, ଶ୍ରୀ ସବ୍ୟସାଚୀ ହୋତା ଅଂଶଗ୍ରହଣ କରିଥିଲେ । ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମଗ୍ରିକ ନିର୍ବାଚନ ପ୍ରସ୍ତୁତି, ପ୍ରଚେଷ୍ଟା ଓ ପ୍ରତିବଦ୍ଧତାକୁ ଉଚ୍ଛ୍ୱସିତ ପ୍ରଶଂସା କରିବା ସହ ନିଜ ନିଜର ଆସ୍ଥା ପ୍ରକଟ କରିଥିଲେ ଓ ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଲଢ଼ିବା ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026

Recent News

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version