ଏଥର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ତ୍ରିମୂଖୀ ଲଢେଇ : ବିଜେଡି -ବିଜେପିର ପ୍ରବୀଣ ,କଂଗ୍ରେସର ଯୁବ ଚହେରା

୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :-> ଓଡିଶା ତାଜାନ୍ଯୁଜ : କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ଦଳ ବିଜେଡି , ବିଜେପି ଓ କଂଗ୍ରେସ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବିଜେପି -ବିଜେଡ଼ିର ଦୁଇ ପ୍ରବୀଣ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଏଠାରେ ଜଣେ ଯୁବ ଚହେରା କୁ ମଇଦାନକୁ ଓହ୍ଲାଇଛି । ଉକ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁଜନତା ଦଳ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହୋଇ ଥିବା ପ୍ରଭୁ ଜାନୀଙ୍କୁ ଏଥର ମଧ୍ୟ ପ୍ରାର୍ଥୀ କରିଛି । ସେହିପରି ବିଜେପି ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ଏଠାରେ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଏଠାରେ ଜଣେ ନୂଆ ଚେହେରାକୁ ମଇଦାନକୁ ଆଣିଛି ।, ସେ ହେଉଛନ୍ତି ପବିତ୍ର ସାଉନ୍ତା । ପବିତ୍ର ଜଣେ ଇଞ୍ଜିନିୟର। ସେ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ଚାକିରୀ ଛାଡ଼ି ଉକ୍ତ ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ସଂଗଠନ ପାଇଁ କାମ କରି ଶ୍ରେୟ ସାଉଣ୍ଟି ଥିଲେ ।

ସେହିପରି କୈଳାସ କୁଲେସିକା ୨୦୦୯ କଂଗ୍ରେସ ପ୍ରାର୍ଥୀ ପାଇଁ ଆଶାବାଦୀ ଥିଲେ ମଧ୍ୟ ତାଙ୍କୁ ଟିକେଟ୍ ଦିଆନଯାଇ ହେମା ଗମାଙ୍ଗଙ୍କୁ ଏଠାରେ ପ୍ରାର୍ଥୀ କରାଯାଇଥିଲା । ଯେଉଁଥିପାଇଁ କୈଳାସ ଏଠାରୁ ସ୍ବାଧୀନ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସହିତ ମହମା ମଧ୍ଯ ପରାସ୍ତ ହୋଇଥିଲେ । ସେତେବେଳେ ବିଜେଡି ପ୍ରାର୍ଥୀ ଝିନ ହିକକା ଏଠାରୁ ବିଜୟ ଲାଭ କରିଥିଲେ । ସେହିପରି ୨୦୧୪ରେ କଂଗ୍ରେସ ଏଠାରୁ କୈଳାସ ଙ୍କୁ ପ୍ରାର୍ଥୀ କରିବା ବେଳେ ବିଜେଡି ହେମା ଗମାଙ୍ଗଙ୍କୁ ଓ ବିଜେପି ଶିବ ମୁଦୁଲି ଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ କୈଳାସ ଏଠାରେ ଜୟଯୁକ୍ତ ହୋଇଥିଲେ । ସେହିପରି ୨୦୧୯ ନିର୍ବାଚନରେ ବିଜେଡି ଏଠାରେ ସେତେବେଳେ କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷ ଥିବା ପ୍ରଭୁ ଜାନୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ କୈଳାସ ଚନ୍ଦ୍ର କୁଲେସିକା ଓ ବିଜେପି କୁମୁଦ ଚନ୍ଦ୍ର ସାଉନ୍ତାଙ୍କୁ ପ୍ରାର୍ଥୀ କରିଥିଲା ।

ତେବେ ପ୍ରଭୁ ଜାନୀ ଏଠାରେ ଜିତିଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ରୀ କୁଲେସିକା ୨୨୯ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ତୃତୀୟ ସ୍ଥାନରେ ରହିଥିଲା ବିଜେପି । କିନ୍ତୁ ଚଳିତ ନିର୍ବାଚନରେ ଏଠାରେ ସବୁ ଓଲଟ ପାଲଟ ହୋଇଯାଇଛି । କଂଗ୍ରେସ ରୁ ଆସି ତିନି ବର୍ଷ ପୁର୍ବେ ବିଜୁଜନତା ଦଳରେ ଯୋଗଦେଇ ଟିକେଟ ପାଇଁ ଆଶାବାନ୍ଧି ଥିବା କୈଳାସ କୁଲେସିକାଙ୍କୁ ଟିକେଟ୍ ନମିଳିବାରୁ ସେ ବିଜେପିରେ ସପ୍ତାହକ ତଳେ ମିଶିଥିବା ବେଳେ ତାଙ୍କ ଉପରେ ଭରସା କରି ଦଳ ଟିକେଟ୍ ଦେଇଛି । ଅପର ପକ୍ଷରେ ୨୦୧୯ ରେ ବିଜେଡି ରୁ ଜିତି ବିଧାୟକ ହୋଇଥିବା ପ୍ରଭୁ ଜାନୀଙ୍କୁ ଦଳ ଦ୍ବିତୀୟ ଥର ଏଠାରେ ଟିକେଟ୍ ଦେଇଛି । ସେହିପରି କଂଗ୍ରେସ ଜଣେ ଯୁବ ଚହେରା କୁ ପ୍ରାର୍ଥୀ କରିଛି । ଯାହା ଫଳରେ ଦୁଇ ପ୍ରବୀରଙ୍କ ସହିତ କଂଗ୍ରେସର ନବାଗତଙ୍କ ଏଠାରେ ନିଶ୍ଚିତ କଡା ମୁକାବିଲା ହେବ ଏଥିରେ ସନ୍ଦେହ ନାହିଁ । ଏଠାରେ ଆଜିଠାରୁ ପ୍ରାର୍ଥୀ ପତ୍ର ଆରମ୍ଭ ହେବା ସହିତ ୨୫ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଓ ମେ ୧୩ ତାରିଖରେ ହେବ ଭୋଟ ।