• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଡଚଣାରୁ ‘ଅମରଙ୍କ ଯୁଗ ଶେଷ’ : ଏଥର କ୍ୟାପଟେନ୍‌ଙ୍କ ଉପରେ ଭରସା !

Proprietor Abhimanyu Maharana by Proprietor Abhimanyu Maharana
April 19, 2024
in ଓଡ଼ିଶା, ଯାଜପୁର, ରାଜନୀତି, ହୋମ୍
0
ବଡଚଣାରୁ ‘ଅମରଙ୍କ ଯୁଗ ଶେଷ’ : ଏଥର କ୍ୟାପଟେନ୍‌ଙ୍କ ଉପରେ ଭରସା !
Share on FacebookShare on TwitterWhatsapp

ଏଥର ନୂଆ ଚେହେରା ଉପରେ ମୋହର ବାଜିବ । ସର୍ଭେ ରିପୋର୍ଟ ପରେ ବଡଚଣାରୁ ‘ଅମରଙ୍କ ଯୁଗ ଶେଷ’ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଥିଲା ।

୧୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡ଼ଚଣା :->  ଏଥର କ୍ୟାପଟେନ୍‌ଙ୍କ ଉପରେ ଭରସା ! ବଡ଼ଚଣା ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀରୁ ଅମର ଶତପଥି ନୁହେଁ, ଏଥର ନୂଆ ଚେହେରା ଉପରେ ମୋହର ବାଜିବ । ସର୍ଭେ ରିପୋର୍ଟ ପରେ ବଡଚଣାରୁ ‘ଅମରଙ୍କ ଯୁଗ ଶେଷ’ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଥିଲା । ପରେ ଅମର ନିଜର ଶକ୍ତି ପ୍ରଦର୍ଶନ କରି ଦଳ ଉପରେ ଚାପ ପକାଇଥିଲେ । ତାହା ମଧ୍ୟ ସଫଳ ହୋଇନଥିଲା । ପରେ ଅନେକ ନୂଆ ମୁହଁକୁ ନେଇ ଚର୍ଚ୍ଚା ହୋଇଥିଲା । ଏବେ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ବିଜେଡିରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମର ନୁହେଁ ବରଂ କ୍ୟାପଟେନ୍‌ଙ୍କ ଉପରେ ଭରସା କରିବେ ବୋଲି କୁହାଯାଉଛି ।

ବିଜେଡି ଶିବିରରୁ ଅମର ନାସ୍ତିବାଣୀ ଶୁଣିବା ପରେ ଏଥର ବଡଚଣା ଆସନରୁ ନୂଆ ଚେହେରାଙ୍କୁ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଥିଲା । ଏହି ନୂଆ ଚେହେରା ମଧ୍ୟରେ କ୍ୟାପେଟନ୍ ରାଜନାରାୟଣ ମହାପାତ୍ର, ମନୋରମା ଆଚାର୍ଯ୍ୟ ଓ ଜନ୍ମେଜୟ ଲେଙ୍କା (ବାପୁ)ଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏଥିସହିତ ଅମରଙ୍କ ପୁଅ କଥା ମଧ୍ୟ ଆଲୋଚନାକୁ ଆସିଥିଲା । ମାତ୍ର ଅମରଙ୍କ ଯୋଗୁଁ ତାଙ୍କ ପୁଅକୁ ମଧ୍ୟ ଲୋକେ ଗ୍ରହଣ କରିବେ ନାହିଁ ବୋଲି ଜଣାପଡିଥିଲା । ଏହା ପରେ ଅମର ଓ ତାଙ୍କ ପରିବାରକୁ ବାଦ୍ ଦେଇ ତୃତୀୟ ବ୍ୟକ୍ତି କଥା ଉଠିଥିଲା । ପରେ ଅମର ଶତପଥିଙ୍କ ବିରୋଧ ସତ୍ତ୍ୱେ କିଏ ବିରୋଧିଙ୍କୁ ମାତ ଦେଇପାରିବ, ତାହାକୁ ନେଇ ଦଳ ଅଙ୍କ କଷିବା ଆରମ୍ଭ କରିଥିଲା ।

ଏହିକ୍ରମରେ ପ୍ରଥମେ ଜନ୍ମେଜୟ ଲେଙ୍କାଙ୍କ କଥା ଉଠିଥିଲା । କଂଗ୍ରେସର ଟାଣୁଆ ଯୁବନେତା ବାପୁ ଓରଫ ଜନ୍ମେଜୟ ଲେଙ୍କା ୨୦୧୯ରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ । ଦୀର୍ଘ ୫ବର୍ଷ ହେଲା ସେ ବଡଚଣା ଅଞ୍ଚଳରେ ବିଜେଡି ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି । ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଲୋକଙ୍କ ସୁବିଧା ଅସୁବିଧାରେ ଠିଆ ହେଉଛନ୍ତି । ତେଣୁ ଦଳ ତାଙ୍କ ଉପରେ ଏଥର ଭରସା କରିବେ ବୋଲି ଆଶା କରାଯାଉଥିଲା । ହେଲେ ଅମରଙ୍କ ବିରୋଧକୁ ସାମ୍ନା କରି ବିଜୟ ହେବା ସମ୍ଭାବନାକୁ ନେଇ ପ୍ରଶ୍ନ ଉଠିଥିଲା ।

ବିଜୟକୁ ନେଇ ଆଶା ଆଂଶଙ୍କା ଦେଖାଦେବା ପରେ କ୍ୟାପଟେନ୍ ରାଜନାରାୟଣ ମହାପାତ୍ରଙ୍କ ମିଶ୍ରଣ ଉପରେ ଦଳ ବିଚାର କରାଯାଇଥିଲା । କଂଗ୍ରେସ ସଂଗଠନ ସହିତ ଯୁବନେତା ଭାବେ କ୍ୟାପେଟେନ୍‌ଙ୍କର ବଡଚଣାରେ ପ୍ରଭାବ ମଧ୍ୟ ରହିଛି । ଜନ୍ମେଜୟ ଓ କ୍ୟାପଟେନ୍ ମିଳିତ ଭାବେ ନିର୍ବାଚନ ଲଢିଲେ, ବିଜୟ ସୁନିଶ୍ଚିତ ବୋଲି ଦଳର ହୃଦ୍‌ବୋଧ ହୋଇଥିଲା । ପରେ ତାଙ୍କୁ ଦଳରେ ସାମିଲ କରିବାକୁ ଦଳ ନିଷ୍ପତ୍ତି ନେଇଥିଲା । ପରେ ଆଜି କ୍ୟାପଟେନ୍ ବିଜେଡିରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବରେ ଜନ୍ମେଜୟ ଲେଙ୍କା ମଧ୍ୟ ଉପସ୍ଥିତ ଥିଲେ । କ୍ୟାପଟେନ୍‌ଙ୍କ ମିଶ୍ରଣ ପରେ ଜନ୍ମେଜୟ ବେଶ ଖୁସି ଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା । ଏହାକୁ ଅନୁଧ୍ୟାନ କଲେ ଦଳ କ୍ୟାପଟେନ୍‌ଙ୍କୁ ଟିକେଟ ଦେବା ଏକ ପ୍ରକାର ନିଶ୍ଚିତ ବୋଲି ମନେ ହେଉଛି । ଅନ୍ୟପକ୍ଷରେ ଏହି ମିଶ୍ରଣ ପର୍ବରେ ବିଧାୟକ ଅମର ଶତପଥି ଅନୁପସ୍ଥିତ ଥିଲେ । ଯାହା ‘ଅମରଙ୍କ ଯୁଗଶେଷ’ର ପ୍ରମାଣ ଯୋଗାଇଥିଲା । ତେବେ ଅମରଙ୍କୁ ବାଦ୍ ଦେଇ ଦଳ କ୍ୟାପଟେନ୍ ଓ ଜନ୍ମେଜୟଙ୍କ ମଧ୍ୟରୁ ଯାହାକୁ ବି ଟିକେଟ ଦେବ, ବଡଚଣାବାସୀ ତାଙ୍କୁ ସମର୍ଥନ ଦେବେ ବୋଲି ଆଜିର ମିଶ୍ରଣ ପର୍ବରେ ସାମିଲ ହୋଇଥିବା ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ

ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ

July 23, 2026
ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ

ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ

July 23, 2026
ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version