ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶପଥ ପାଠ

୧୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ  :->  ବିଜୁ ଜନତା ଦଳ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳ ତରଫରୁ ବୁଧବାର ମହାନ ଜନନାୟକ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ଉତ୍ସାହର ସହ ପାଳିତ ହୋଇଛି। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳି ବ୍ଲକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୌରଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ସଂସ୍ଥା ଅଧ୍ୟକ୍ଷ ଡି.ବିଶ୍ଵନାଥ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଯୋଜନା ବୋର୍ଡ ବିଶେଷଜ୍ଞ ସଦସ୍ୟ ଏନ୍ ରଘୁନାଥଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ।

ପ୍ରାତଃ ସମୟରେ ନେତୃମଣ୍ଡଳୀ ଓ କର୍ମୀ ମାନେ ତିଳ ତର୍ପଣ କରିବା ପରେ ବାଦ୍ୟ ବାଦନ ସହିତ ଏକ ପଟୁଆରରେ ଆସି ବିଜୁ ପଟ୍ଟନାୟକ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିକଟରେ ସମବେତ ହୋଇ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପରେ ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ନେତ୍ରୀ,ନେତା ଓ କର୍ମୀବୃନ୍ଦଙ୍କୁ ଓଡିଶାର ସ୍ୱାର୍ଥ ଓ ସ୍ବାଭିମାନ, ଦଳୀୟ ଶୃଙ୍ଖଳା, ଏକତା, ଅନୁଶାସନ, ଉତ୍ସର୍ଗୀକୃତ ସେବା ମନୋଭାବ, ନିର୍ଭୀକ ସଂଗ୍ରାମ ଓ ନିରନ୍ତର କାର୍ଯ୍ୟ କରିବା ସହିତ ଏକ ସମୃଦ୍ଧ, ସଶକ୍ତ ଓ ସ୍ଵାଭିମାନୀ “ନବୀନ ଓଡ଼ିଶା ” ଗଢ଼ିବା ପାଇଁ ଦୃଢ଼ ଶପଥ ଗ୍ରହଣ କରିବା ପାଇଁ ଶପଥ ପାଠ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ଶିବରାମ ଗୌଡ଼, ହୃଦୟାନନ୍ଦ ମହାପାତ୍ର, ପ୍ରଦୀପ କୁମାର ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ସଭ୍ୟା ପ୍ରୀତି ସାହୁ ବାଇ ଗୀତାଞ୍ଜଳି, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ୟାରୀ ମୋହନ ପାଢ଼ୀ,ସଞ୍ଜୟ କୁମାର ପଣ୍ଡା, ବିଭୁ ପ୍ରସାଦ ପଣ୍ଡା,ବସନ୍ତ କୁମାର ବେହେରା, ସୁପ୍ରଭା ମହାରଣା, ମନୋଜ କୁମାର ସାବତ, ଯୁଧିଷ୍ଟିର ସ୍ବାଇଁ, ଯୁଧିଷ୍ଠିର ଦାସ, ବାଇ ରାମଚନ୍ଦ୍ର, ରାମଚନ୍ଦ୍ର ମହାପାତ୍ର, କିରଣ କୁମାର ପଟ୍ଟନାୟକ,ତରୁଣ କୁମାର ପଣ୍ଡା, ଭିକା ବେହେରା,ଅରୁଣ କୁମାର ପାତ୍ର, ରୋହିତ ବିଷୋୟୀ,ଘନଶ୍ୟାମ ବେହେରା , ମନୁ ପାଢ଼ୀ , ଉଦୟ ବେହେରା ଙ୍କ ସମେତ ବ୍ଲକ ଓ ପୌରାଞ୍ଚଳର ସମସ୍ତ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।