୧୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ଆଜି ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ରେ ଅନୁପ୍ରାଣିତ ହୋଇ ଏବଂ ଓଡିଶା ର ପୂର୍ବତନ ମନ୍ତ୍ରୀ ତଥା ଆମ ମାହାଙ୍ଗା ର ମାନ୍ୟବର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଙ୍କ ମାହାଙ୍ଗା ର ଉନ୍ନତି ମୂଳକ କାର୍ଯ୍ୟ , ସୂ ସଂଗଠକ ,
ମାହାଙ୍ଗା ବାସୀଙ୍କ ସୁଖରେ ଦୁଃଖରେ ସବୁ ବେଳେ ଛିଡା ହେବା ଓ ସମସ୍ତ ମାହାଙ୍ଗା ବାସୀ ଙ୍କୁ ଆପଣେଇବା ଦେଖି ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ମଧୁପୁର ପଞ୍ଚାୟତ ର ଘିଶୁଆ ଗ୍ରାମ ର -୨୦ ଜଣ ରୁ ଉର୍ଦ୍ଧ୍ବ ବି ଜେ ପି ଓ କଂଗ୍ରେସ ଦଳ ର କର୍ମୀ ଆଜି ମାନ୍ୟବର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଅଳିଯୋଡା ସ୍ଥିତ ବାସ ଭବନ ଠାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।