• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁରରେ ସୁଧୀର ଦାଶଙ୍କ ସପକ୍ଷରେ ସମର୍ଥନ ଓ ସମବେଦନାର ସ୍ରୋତ

Proprietor Abhimanyu Maharana by Proprietor Abhimanyu Maharana
April 18, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ରଣପୁରରେ ସୁଧୀର ଦାଶଙ୍କ ସପକ୍ଷରେ ସମର୍ଥନ ଓ ସମବେଦନାର ସ୍ରୋତ
Share on FacebookShare on TwitterWhatsapp

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ଯୁବ ସମାଜସେବୀ ଓ ଚାଟାର୍ଡ ଏକାଉଣ୍ଟାଣ୍ଟ ସୁଧୀର ଦାଶଙ୍କର ପ୍ରାର୍ଥୀତ୍ବ ସପକ୍ଷରେ ରଣପୁର ନିର୍ବାଚନ ମଣ୍ଡଳୀରେ ଏବେ ବିପୁଳ ସମର୍ଥନ ଓ ବ୍ୟାପକ ସମବେଦନାର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଉଛି। ରଣପୁର ବ୍ଲକ ଅନ୍ତର୍ଗତ କଙ୍କିଆ ଗ୍ରାମ ନିବାସୀ ଶ୍ରୀ ଦାଶ ଆଗାମୀ ଓଡ଼ିଶା ବିଧାନସଭା ପାଇଁ ନିର୍ବାଚନରେ ନିଜର ଘରୋଇ ଆସନରୁ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ ଥିବା ଜଣାଯାଉଛି। ରାଜନୀତିରେ ନୂତନ ଚେହେରା, ସତେଜ ବ୍ୟକ୍ତିତ୍ଵ ଏବଂ ସ୍ୱଚ୍ଛ ଭାବମୂର୍ତ୍ତି ବହନ କରିବା ସାଙ୍ଗକୁ ଜଣେ ଯଶଶ୍ୱୀ ଭୂମିପୁତ୍ର ଭାବରେ ସୁଧୀର ଜାତୀୟ ରାଜଧାନୀ କ୍ଷେତ୍ରରେ ଚାଟାର୍ଡ ଏକାଉଣ୍ଟାଣ୍ଟ ପେଶାରେ ଗଗନଚୁମ୍ୱୀ ସଫଳତା ହାସଲ କରିବା ବିଷୟକୁ ସ୍ଥାନୀୟ ବାସୀନ୍ଦା ମାନେ ବେଶ ପସନ୍ଦ କରୁଛନ୍ତି। ଏକାଧାରରେ ଜଣେ ସମାଜସେବୀ, ଆଇନଜୀବୀ ଓ ଶିଳ୍ପୋଦ୍ୟୋଗୀ ଭାବରେ, ଶ୍ରୀ ଦାଶ ଯେଉଁଭଳି ଭାବରେ ଅସାଧାରଣ ପ୍ରତିଭା ଓ ଅନନ୍ୟ ପାରଦର୍ଶିତାର ପ୍ରଦର୍ଶନ କରିଛନ୍ତି, ତାହା ଭୋଟଦାତା ମାନଙ୍କୁ ଖୁବ ପ୍ରଭାବିତ କରୁଛି।

ନିପଟ ମଫସଲର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଲାଭ କରିଥିବାରୁ, ଏହି ଇଲାକାର ଅଧିବାସୀ ମାନଙ୍କର ଅସଲ ସମସ୍ୟା ଏବଂ ଏଗୁଡ଼ିକର ସଠିକ ସମାଧାନର ସୂତ୍ର ସମ୍ପର୍କରେ ସୁଧୀରଙ୍କର ବ୍ୟକ୍ତିଗତ ଅନୁଭବ ରହିଛି। ଶ୍ରୀ ଦାଶଙ୍କର ପିତା ସ୍ୱର୍ଗତଃ ଗୋବିନ୍ଦ ଚନ୍ଦ୍ର ଦାଶ, ଜଣେ ଜଣାଶୁଣା ପୁରୋହିତ ଓ ଜ୍ୟୋତିଷ ଭାବରେ ରଣପୁରରେ ବେଶ ମାନ,ସମ୍ମାନ ଅର୍ଜନ କରିଥିଲେ। ପିତାଙ୍କର ଲୋକସମ୍ପର୍କ ଏବଂ ଜନସୁନାମ, ପୁତ୍ର ସୁଧୀରଙ୍କର ଲୋକପ୍ରିୟତାକୁ ସୁଦୃଢ କରିବାରେ ଲାଗିଥିବା ଅନୁଭବ କରାଯାଉଛି। ରଣପୁରରେ ସ୍କୁଲ ସ୍ତରରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଭୁକ୍ତଭୋଗୀ ଖୋଦ୍ ସୁଧୀର, ଜଣେ ଲୋକପ୍ରତିନିଧି ଭାବରେ ଏଠାକାର ଶିକ୍ଷା ଭିତ୍ତିଭୂମିକୁ ବିଶ୍ବସ୍ତରୀୟ କରିବାକୁ ଚାହୁଁଥିବା ସୂଚାଇଛନ୍ତି। ବିଶେଷକରି ଏଠାରେ ଆଦର୍ଶ ଓ କେନ୍ଦ୍ରୀୟ ବିଦ୍ୟାଳୟ ମାନ ସ୍ଥାପନ କରି କୁଶଳୀ ତଥା ପେଶାଦାରୀ ପାଠ୍ୟକ୍ରମ ପ୍ରଚଳନ କରାଯିବା ଉପରେ ସେ ଜୋର ଦେଉଛନ୍ତି। ରଣପୁରର ସର୍ବାଙ୍ଗୀନ ଉନ୍ନୟନ ସକାଶେ ତାଙ୍କର ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାଶ କହିଛନ୍ତି

ଯେ ଏହି ଅଞ୍ଚକରେ ବନ୍ୟା ବିଭୀଷିକାରୁ ସ୍ଥାୟୀ ପ୍ରତିକାର କରାଯିବା, କେନାଲ ନିର୍ମାଣ କରାଯାଇ ଜଳସେଚନର ପ୍ରସାରଣ କରାଯିବା, ସବୁ ଗ୍ରାମ, ସାହି ଓ ବସ୍ତିକୁ ସବୁଦିନିଆ ରାସ୍ତା ଯୋଗାଇ ଦିଆଯିବା, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପମାନ ନିର୍ମାଣ କରାଯାଇ ବେକାର ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯିବା, ପ୍ରତି ପଞ୍ଚାୟତରେ ଉନ୍ନତ ମାନର ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯିବା, ପ୍ରତ୍ୟେକ ଘରକୁ ବିଜୁଳି ଓ ପାନୀୟ ଜଳ ଯୋଗାଇ ଦିଆଯିବା, ଚାଷୀ ମାନଙ୍କୁ ଅତ୍ୟାଧୁନିକ ଚାଷ ସରଞ୍ଜାମ ଉପଲବ୍ଧ କରାଯାଇ ସେମାନଙ୍କର ଆୟ ବୃଦ୍ଧି କରାଯିବା, ଗାଈ, ଛେଳି, କୁକୁଡ଼ା ମାଛ, ଫୁଲ ଚାଷ ଓ ଉଦ୍ୟାନର ଉପାଦେୟତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବା ଏବଂ ଉନ୍ନତମାନର ଶୀତଳ ଭଣ୍ଡାର ମାନ ପ୍ରତିଷ୍ଠା କରାଯିବା ଆଦି ପଦକ୍ଷେପ ଏହାର ଅନ୍ତର୍ଭୁକ୍ତ। ଜଣେ ବିଧାୟକ ଭାବରେ ସେ ଉପରୋକ୍ତ ପ୍ରସ୍ତାବ ଗୁଡ଼ିକର କାର୍ଯ୍ୟାନ୍ଵୟନ ଦିଗରେ ଅଗ୍ରାଧିକାର ଭିତ୍ତିରେ ଧ୍ୟାନ ଦେବେ ବୋଲି ଶ୍ରୀ ଦାଶ ଘୋଷଣା କରିଛନ୍ତି। ଶ୍ରୀ ଦାଶଙ୍କର ତତ୍ତ୍ଵାବଧାନରେ ଏବେ ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନଙ୍କୁ ଚାକିରୀ ବଜାରରେ ପ୍ରବେଶ କରାଯିବା ନେଇ ଆବଶ୍ୟକୀୟ କୌଶଳ ବିକାଶ ତାଲିମ ପ୍ରଦାନ କରାଯାଉଛି।

ସୁଧୀର ତାଙ୍କର ଏହି ମହତ୍ତ୍ୱାକାଂକ୍ଷୀ ମାନସ ପ୍ରକଳ୍ପ ” ୱିଲିଂ ଫର୍ ସ୍କିଲିଂ” କାର୍ଯ୍ୟକ୍ରମକୁ ରଣପୁରର କୋଣ ଅନୁକୋଣରେ ପ୍ରଣୟନ କରି ପ୍ରତ୍ୟେକ ଗ୍ରାମରେ ଅନ୍ତତଃ ପକ୍ଷେ ଜଣଙ୍କୁ ପୁନଃକାଳୀନ ନିଯୁକ୍ତି ସୁବିଧା ଯୋଗାଇଦେବାର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି। ସୁଧୀରଙ୍କ ଭଳି ଜଣେ ପ୍ରଗତିଶୀଳ ଏବଂ ଦୁରଦୃଷ୍ଟି ସମ୍ପନ୍ନ ଯୁବନେତା ଙ୍କର ନେତୃତ୍ୱରେ ରଣପୁରର ବହୁବିଧ ବିକାଶ ନିଶ୍ଚିତ ଭାବେ ସମ୍ଭବପର ହୋଇପାରିବ ବୋଲି ଏଠାକାର ସାଧାରଣ ଭୋଟଦାତା ଖୁବ ଆଶାବାନ ଅଛନ୍ତି। ରାଜନୈତିକ ପର୍ଯ୍ୟବକ୍ଷକ ମାନଙ୍କର ସଦ୍ୟତମ ଆକଳନ ଅନୁଯାୟୀ ଯୁବ, ଶିକ୍ଷିତ, ମହିଳା, ଚାଷୀ ଏବଂ ଗରୀବଗୁରୁବା ଭୋଟଦାତା ମାନଙ୍କର ପ୍ରଚଣ୍ଡ ଆସ୍ଥା ଓ ପ୍ରଚୁର ଆଶୀର୍ବାଦ ବଳରେ ସୁଧୀରଙ୍କର ଜିତାପଟ ହାସଲ କରିବା ଓ ଓଡ଼ିଶା ବିଧାନସଭାରେ ପ୍ରବେଶ କରିବାର ପଥ ଓ ପ୍ରକ୍ରିୟା କ୍ରମଶଃ ସୁଗମ ହେବାରେ ଲାଗିଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version