ବିଜେଡି ରେ ଯୋଗ ଦେଲେ କ୍ୟାପଟେନ ରାଜ୍ ନାରାୟଣ ମହାପାତ୍ର

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଯାଜପୁର :-> ସାଧାରଣ ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି ବଡଚଣା ରାଜନୀତି ର ଗତି ପଥ ସେତେ ପରିବର୍ତ୍ତନ ହେବାର ଲାଗିଛି । ଗୋଟିଏ ପଟେ ବଡଚଣା ରେ ଭାଜପା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜୁ ଜନତା ଦଳ ଓ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଗତ ମାର୍ଚ୍ଚ ମାସରେ କଂଗ୍ରେସ ରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ସୀତାକାନ୍ତ ମହାପାତ୍ର ଙ୍କ ପୁଅ କ୍ୟାପଟେନ୍ ରାଜ୍ ନାରାୟଣ ମହାପାତ୍ର ଆଜି ଶଙ୍ଖ ଭବନ ପରିସରରେ ନିଜର ହଜାର ହଜାର ସମର୍ଥକ ଙ୍କ ସହ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି ।

ଆଜି ଶଙ୍ଖ ଭବନ ରେ ବିଜୁ ଜନତା ର ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତ ପାତ୍ର ଓସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ଉପସ୍ଥିତ ରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ । ଏହା ବ୍ୟତୀତ ଗତ କାଲି ବଡଚଣା ଭାଜପା ରୁ ଇସ୍ତଫା ଦେଇଥିବା କୋଲଣଗିରି ସରପଞ୍ଚ ଜ୍ଞାନ ରଞ୍ଜନ ସାହୁ, ସମିତ ସଭ୍ଯ ନିରଞ୍ଜନ ମହାନ୍ତି, ଗୋପାଳପୁର ସରପଞ୍ଚ ଗୋଦାବରୀ ଶାନ୍ତି, ଗୋପାଳପୁର ସମିତ ସଭ୍ୟା ପୁଷ୍ପଲତା ସାମଲ, ଭାଜପା ସୋସିଆଲ ମିଡିଆ ସଂଯୋଜକ ଉତ୍କଳ ସାମଲ, ବଡ଼ଚଣା ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ସାହୁ ପୂର୍ବତନ ଅଧ୍ୟକ୍ଷା ଶୁକ୍ରମଣି ପୂର୍ତ୍ତୀ ସମେତ ଅନେକ ଭାଜପା କର୍ମୀ ଶଙ୍ଖ ଭବନ ରେ ସାମିଲ ହୋଇଛନ୍ତି ।