ଓଡିଶା ତାଜା ନ୍ୟୁଜ୍ (୦୧ ଅଗଷ୍ଟ ଶନିବାର) ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲାରେ ଆଉ ୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡ଼ାପଡ଼ା ବ୍ଲକ ନାଧରାରୁ ୩୩ ଜଣ , କାମାକ୍ଷାନଗର ବ୍ଲକ ଅଁଳାବେରିଣୀରୁ ୪ କଙ୍କଡ଼ାହାଡ଼ ବ୍ଳକରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳ ପୌରାଞ୍ଚଳର ହାଉସିଂ ବୋର୍ଡ କଲୋନୀ, ଟାଉନ୍ ପ୍ଲାନିଙ୍ଗ୍ ଓ ଦେଉଳସାହିରୁ ୨ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ହିନ୍ଦୋଳ ବ୍ଲକ ଗିରିଧାରୀ ପ୍ରସାଦରୁ ୨ ଜଣ ଓ ଓ କୁଟୁଣିଆରୁ ଜଣେ କରୋନା ଟେଷ୍ଟ ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ତେଲେଙ୍ଗାନାରୁ ଏବଂ ଜଣେ ଜାମ୍ମୁରୁ ଆସିଛନ୍ତି ଏବଂ କାମାକ୍ଷାନଗର ବ୍ଲକର ୪ ଜଣ ସମ୍ ହସପିଟାଲରୁ ପଜିଟିଭ୍ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଅନ୍ୟ ଆକ୍ରାନ୍ତମାନେ ପୂର୍ବରୁ ପଜିଟିଭ୍ ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବା ଦ୍ବାରା କଣ୍ଟ୍ରାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଛନ୍ତି ।
ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସଂଗରୋଧ କେନ୍ଦ୍ରରେ ରହୁଥିବା ବେଳେ ୪ ଜଣ ସମ୍ ହସ୍ପିଟାଲରେ ଅଛନ୍ତି ଏବଂ ଅନ୍ୟ ୪୪ ଜଣ ହୋମ୍ କ୍ଵାରେଣ୍ଟାଇନରେ ଅଛନ୍ତି । ପୂର୍ବରୁ ଗନ୍ଦିଆ ବ୍ଲକର ଜଣେ କରୋନା ଆକ୍ରାନ୍ତ କର୍ମଚାରୀ, ଓଡ଼ାପଡ଼ା ବ୍ଲକ ନାଧରାରେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ହେତୁ ସେମାନଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂଙ୍ଗ୍ ମାଧ୍ୟମରେ ଚିହ୍ନଟ କରାଯାଇ କରୋନା ଟେଷ୍ଟ କରାଯାଇଥିଲା । ୪୫ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ଢେଙ୍କାନାଳ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି । ଆଜି ସୁଦ୍ଧା ଜିଲ୍ଲାରେ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୩ ରେ ପହଞ୍ଚିଛି । ଇତି ମଧ୍ୟରେ ଜିଲ୍ଲାରେ ଚିକିତ୍ସା ପରେ ଆଉ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ପରେ ସମୁଦାୟ ସୁସ୍ଥ ହୋଇଥିବା ସଂଖ୍ୟା ୧୪୨ କୁ ବୃଦ୍ଧି ପାଇଛି । (ରିପୋର୍ଟ – ଅମର ରଞ୍ଜନ ଦାସ,ବିଜୟ କୁମାର ସାହୁ)