ଓଡିଶା ତାଜା ନ୍ୟୁଜ୍ (୦୧ ଅଗଷ୍ଟ ଶନିବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ସ୍ଥିତ ରିଶିଡା ପଞ୍ଚାୟତ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ଚାଲିଥିଲା ବେଳେ ଏହାକୁ ପ୍ରତିରୋଧ କରିବାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟ ପକ୍ଷରେ ଜିଲ୍ଲାର ସରପଞ୍ଚ ମାନେ ସଜାଗ ରହିଥିବାର ଦେଖାଯାଉଛି । କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କିଛି ଦିନ ତଳେ ଜଣେ ବ୍ୟକ୍ତି କରୋନା ପୋଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ଦୃଷ୍ଟିରେ ରଖି ରିଶିଡ଼ା ପଞ୍ଚାୟତ କୁ ଶନିବାର ସକାଳ ଘ ୬. ସମୟରୁ ରବିବାର ସକାଳ ଘ ୬. ପର୍ଯ୍ୟନ୍ତ ୨୪ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ସରସ୍ଵତୀ ମାଝୀ ।
ଅଞ୍ଚଳର ଗ୍ରାମବାସୀ ମାନେ କେମିତି ସତର୍କତା ଅବଲମ୍ବନ କରିବେ ସେ ପର୍ଯ୍ୟନ୍ତ ସଟ୍ ଡାଉନ୍ କରିଥିବା ସୂଚନା ଦେଇଛନ୍ତି ସରପଞ୍ଚ । ଏହି ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ବାକି ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଛି ଏଥିର ସହଯୋଗର ହାତ ବଢେଇଥିଲେ ଯୁବ ସ୍ଵେଚ୍ଛାସେବୀ ବିଶ୍ୱଜିତ୍ ପାତ୍ର , ଲିଲୁ ନାଏକ,ପ୍ରଦୀପ ମଲ୍ଲିକ, ଲିପୁନ୍,ଦୀପକ୍, ବଣ୍ଟି,କୈଳାସ ପାତ୍ର,ଅରୁଣ ଦାସ ଓ ରିଷିଡ଼ା ପୋଲିସ ଏ ଏସ୍ ଆଇ ଲବରାମ୍ ଛତ୍ରିଆ ଏବଂ ସ୍ଥାନୀୟ ଯୁବ ସାମ୍ବାଦିକ ସୁଶାନ୍ତ ମଲ୍ଲିକ,ସରୋଜ ସାହୁ, ଆନନ୍ଦ ନାଗ୍ ସ୍ଥାନୀୟ ପୋଲିସ ମାସ୍କ ପିନ୍ଧି ନଥିବା ଲୋକଙ୍କୁ ଫାଇନ ମଧ୍ୟ କରାଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି । (ରିପୋର୍ଟ – ଛାୟାକାନ୍ତ ନାଏକ)