ଇନ୍ଦିରା ଗାନ୍ଧି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ପକ୍ଷରୁ ଶେଷବର୍ଷର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ  :-> ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗ ପକ୍ଷରୁ ଶେଷ ବର୍ଷର ଛାତ୍ରୀଙ୍କ ନିମନ୍ତେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁମିତ୍ରା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥିଭାବେ ବରିଷ୍ଠ ଅଧ୍ୟାପିକା ରୋଜାଲିନା ମହାନ୍ତି, ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ, ଅରୁଣ କୁମାର ମିଶ୍ର, ମଳୟକୁମାର ମଲ୍ଲିକ ଓ ଅଧ୍ୟାପିକା ଝୁନୁମଣୀ ଜେନା ପ୍ରମୁଖ ଯୋଗଦେଇ ବିଦାୟୀ ପିଲାମାନଙ୍କ ଉତରୋତର ଉନ୍ନତି କାମନପୂର୍ବକ ଆଶୀର୍ବଚନ ପ୍ରଦାନ କରିଥିଲେ।

ସଭାପ୍ରାରମ୍ଭରେ ତୃତୀୟ ବର୍ଷର ଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ସ୍ମୃତିଫଳକ ଦେଇ ସାମ୍ବନ୍ଧିତ କରାଯାଇଥିଲା ବେଳେ ବିଦାୟୀ ସଙ୍ଗୀତ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମ, ମନସ୍ମିତା ରାଉତ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତି ଗାନ କରିଥିଲେ । ଏହି ଅବସରରେ +୩ଶେଷବର୍ଷ ପରୀକ୍ଷାରେ ସର୍ବାଧ‌ିକ ନମ୍ବରରଖି କଲେଜର ଶ୍ରେଷ୍ଠ ମେଧାବିନୀ ଛାତ୍ରୀ ହୋଇଥିବା ମମତାରାଣୀ ଜେନାଙ୍କୁ ବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନକରାଯାଇ ସମ୍ବର୍ଦ୍ଧିତ କରାଯାଇଥୁଲା ।

ତୃତୀୟ ବର୍ଷର ଛାତ୍ରୀ ଲୋଭନାପ୍ରିୟଦର୍ଶିନୀ ସିଂହ, ଦେବସ୍ମିତା ବେହେରା, ଗାୟତ୍ରୀ ସାହୁ, ଲକ୍ଷ୍ମୀପଥ୍ରିୟା ପାଢୀ, ପ୍ରିୟପ୍ରିୟଦର୍ଶିନୀ ସାମଲ, ଦେବସ୍ମିତା ଭଞ୍ଜ, ପ୍ରଣତି ବେହେରା, ସୁପ୍ରଭା ସାହୁ, ସରସ୍ବତୀ ସୋରେନ, ମନ୍ଦାକିନୀ ହାଁସଦା, ପୂଜାରାଣୀ ସାହୁ, ସୁମିତ୍ରା ସାମଲ, ସୁପ୍ରିୟା ମହାନ୍ତି, ସୋନମପ୍ରଭା ଭୂୟାଁ, ପଦ୍ମାବତୀ ସ୍ବାଇଁ, ପ୍ରିୟଙ୍କା ଜେନା, ଯମୁନା ଗାଗରାଇ ପ୍ରମୁଖ ବିଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଭାନୁମତି ମଲିକ, ଗୀତାଞ୍ଜଳି ପତ୍ରୀ, ଦୀପାରାଣୀ ଜେନା, ମମତାରାଣୀ ମାଝୀ,

ପ୍ରଜ୍ଞାପାରମିତା ପତି, ପ୍ରିୟଙ୍କା ପଣ୍ଡା, ସିଲି ସେଠୀ, ସ୍ମୃତିରେଖା ସାହୁ, ତୁଲସୀ ସାମଲ, ସ୍ମୃତିସାରିକା ଜେନା,
ମୋନାଲିସା ମଲିକ, ମୃଣ୍ମୟୀ ତରାଇ,ଝିଲି ବିଶ୍ୱାଳ, ଲଳିତା ମୁର୍ମୁ, ମାନିନୀ ବେହେରା, ପାର୍ବତୀ ତାପେ,ସୋନାଲି
ରଣା, ଶୁଭଲକ୍ଷ୍ମୀ ପାତ୍ର, ସୁପ୍ରିୟା ମହାଳିକ ପ୍ରମୁଖ ପ୍ରଥମ ଓ ୨ୟ ବର୍ଷର ଛାତ୍ରୀ ବଡଭଉଣୀଙ୍କ ଉଦ୍ଦେଶ୍ୟରେ
ବକ୍ତବ୍ୟ ରଖୁଥିଲେ । ୨ୟ ବର୍ଷର ଛାତ୍ରୀ ପ୍ରଜ୍ଞାପାରମିତା ପତି ଧନ୍ୟବାଦ ଅର୍ପଣ କରିଥିଲା ବେଳେ ପ୍ରଥମ ଓ ୨ୟ ବର୍ଷର ଛାତ୍ରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗିତା କରିଥିଲେ ।