ବାଣପୁର ଥାନା ଅଞ୍ଚଳରେ ପୋଲିସ,ଅବକାରୀ ବିଭାଗର ମିଳିତ ଚଢ଼ାଉ – ଜଣେ ଅଭିଯୁକ୍ତଙ୍କୁ ଗିରଫ

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦେଶକ୍ରମେ ଆଜି ସକାଳେ ବାଣପୁର ଥାନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ ଅନୁଷ୍ଠିତ ହୋଇଯାଇଛି l ଦାଶରଥିପୁର ଗ୍ରାମ ଏବଂ କୋଷରଡ଼ା ଜଙ୍ଗଲ ଅଞ୍ଚଳରେ ଉକ୍ତ ଚଢ଼ାଉ କରାଯାଇଥିଲା l ଏହି ସମୟରେ କୋଷରଡ଼ା ଅଞ୍ଚଳରୁ ସମୁଦାୟ 22 ହଜାର ଲିଟର ପୋଚ ଏବଂ 2100 ଲିଟର ଦେଶୀ ମଦ ଜବତ କରାଯାଇ ନଷ୍ଟ କରିଦିଆଯାଇଛି l

ଅନୁରୂପ ଭାବେ ଦାଶରଥିପୁର ଗ୍ରାମରୁ 49 ଲିଟର ଦେଶୀ ମଦ ସମେତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି l ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନା, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ତପସ୍ୱିନୀ ବରାଳ, ବାଲୁଗାଁ ଅବକାରୀ ଅଧିକାରୀ ସ୍ମିତା ପଣ୍ଡା, ବାଣପୁର ଥାନା ଏଏସଆଇ ଅନିଲ ନାୟକ ଏବଂ ପୋଲିସ ଓ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ l