ଶିରିଡି ସାଇବାବାଙ୍କ ପ୍ରଥମ ବାର୍ଷିକ ଉତ୍ସବ

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ସିମୋର ପଂଚାୟତ ଅନ୍ତର୍ଗତ ଗଅଁପୁର ଗ୍ରାମ ସ୍ଥିତ ଶିରିଡି ସାଇବାବାଙ୍କ ପ୍ରଥମ ବାର୍ଷିକ ଉତ୍ସବ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି । ଏଥିରେ ଅଙ୍କୁରାରୋପଣ,ଶାଲାମଣ୍ଡନ, କାକଡଆଳତୀ,କଳସଯାତ୍ରା, ଦେବତାଆବାହନ, ଦେବତା ଆବାହନ,ସୂର୍ଯ୍ୟପୂଜା,ଗୋପୂଜା, ମହାଭିଷେକ, ହରିନାମକୀର୍ତ୍ତନ, ମଧ୍ୟାହ୍ନଆଳତୀ ,ଗୀତାଯଜ୍ଞ,ପୂର୍ଣ୍ଣାହୁତି,

ସନ୍ଧ୍ୟା ଆଳତୀ,ତଭାଡ଼ି ଯାତ୍ରା, ଭାଗବତ ପାଠ ଓ କୀର୍ତ୍ତନ ଆଦି ହୋଇଥିଲା। କାର୍ଯ୍ୟକ୍ରମରେ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ, ସ୍ଥାନୀୟ ସରପଂଚ ହାଡୁବନ୍ଧୁ ମହାପାତ୍ର,ସମିତି ସଭ୍ୟା ନଳିନୀ ପଣ୍ଡା ଓ ସମାଜସେବୀ ନବ କିଶୋର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ସେହିପରି ବାଘ ମାରୀ ପଂଚାୟତ ଅନ୍ତର୍ଗତ ଶରଧାପୁର  ଗ୍ରାମସ୍ଥିତ ସାଇ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।