ପଂଚାୟତ ସ୍ତରୀୟ ବିଜେପି ବଞ୍ଚାଅ ଅପରାଜିତା ହଟାଅ 

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :->  ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋଗ୍ରାମ ସ୍ଥିତ ତାରାଦେବୀଙ୍କ ପୀଠରେ ସକ୍ରିୟ କାର୍ଯ୍ୟକର୍ତ୍ତା ସଞ୍ଜୟ କୁମାର ଛୁଆଳ ସିଂହଙ୍କ ଆବାହକତ୍ୱ ଓ ପଂଚାୟତର ବରିଷ୍ଠ  ବିଜେପି କର୍ମୀ ରବୀନ୍ଦ୍ର କୁମାର ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ପଂଚାୟତ ସ୍ତରୀୟ ବିଜେପି ବଞ୍ଚାଅ ଅପରାଜିତା ହଟାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏଥିରେ ଭୁବନେଶ୍ଵର ସାଂସଦଙ୍କ ମନୋମୁଖି କାର୍ଯ୍ୟକଳାପ ସହ ସମାନ୍ତରାଳ ଭାବେ ସଙ୍ଗଠନ କରି ପୁରୁଣା ସକ୍ରିୟ ଦଳୀୟ କର୍ମୀଙ୍କୁ ଉପେକ୍ଷା କରାଯାଇ କାର୍ଯ୍ୟ କରୁଥିବାରୁ  ଅସନ୍ତୋଷ ଦେଖାଦେଇଛି ।

ବିଗତ ଦିନରେ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ କରି ବିଜୟ ଲାଭ ପରିବର୍ତ୍ତେ ପରାଜୟ ବରଣ କରିଥିବା ବେଳେ ଏଭଳି ଦଳ ବିରୋଧି କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃତ୍ବଙ୍କୁ ଗଣମାଧ୍ୟମ ଦେଇ ଲିଖିତ ଭାବେ ଜଣାଇଛନ୍ତି। ଗତ ଦୁଇ ବର୍ଷ ତଳୁ କେନ୍ଦ୍ର ଓ ରାଜ୍ୟ ନେତୃତ୍ବଙ୍କୁ ସାଂସଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବଗତ କରିଥିଲେ ମଧ୍ୟ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ପୁନର୍ବାର ସାଂସଦ ପ୍ରାର୍ଥି ଭାବେ ଘୋଷଣା ହୋଇଥିବାରୁ କର୍ମୀଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି କରିଛି।

ଭୁବନେଶ୍ୱର ଲୋକସଭା ପାଇଁ ସାଂସଦ ଅପରାଜିତା ପରିବର୍ତ୍ତେ ସଙ୍ଗଠନ ସହ ଜଡ଼ିତ ପୁରୁଣା ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରାର୍ଥି ଭାବେ ଚୟନ କରି ଘୋଷଣା କରିବାକୁ ନିବେଦନ କରିଛନ୍ତି। ଅନ୍ୟ ପକ୍ଷରେ ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଧାନସଭାର ବିଧାୟକ ପ୍ରାର୍ଥି ପାଇଁ ୪୦ଗୋଟି ପଂଚାୟତର ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ମତାମତ ନେଇ ଉପଯୁକ୍ତ ପ୍ରାର୍ଥି ଚୟନ ସହ ଘୋଷଣା କରିବା ପାଇଁ  ନିବେଦନ କରିଛନ୍ତି । ଯଦି କର୍ମୀଙ୍କର ବିଚାରକୁ ପ୍ରତ୍ୟାଖ୍ୟାନ କରାଯାଇ ସାଂସଦଙ୍କ ସମର୍ଥିତ ବିଧାୟକ ପ୍ରାର୍ଥୀଙ୍କୁ ବିଧାନସଭା ନିର୍ବାଚନରେ ଲଢ଼ିବାକୁ ସୁଯୋଗ ଦିଆଯିବ ତେବେ   ଭୋଟ ନୋଟାରେ ଦେବା ପାଇଁ ଚେତାବନୀ ଦେଇଛନ୍ତି । କାର୍ଯ୍ୟକ୍ରମରେ ଧ୍ରୁବ ଚରଣ ବାହିନୀପତି, ସହଦେବ ବେହେରା, ସଞ୍ଜୟ କୁମାର ବାହୁବଳେନ୍ଦ୍ର, ଭାଗିରଥି  .