ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ ବିପୁଳ ପରିମାଣର ମଦ ଜବତ

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ଅବକାରୀ ବିଭାଗକୁ ମିଳିଛି ସଫଳତା । ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆ ଥାନା ଓ ଖୋର୍ଦ୍ଧା ସଦର ଥାନା ଅଂଚଳରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିବାରେ ସଫଳ ହୋଇଛନ୍ତି । ବେଗୁନିଆ ଥାନା ବରପଦା ଜଂଗଲରେ ମଦ ମାଫିଆ ମାନେ ଦେଶୀ ମଦ ରାନ୍ଧି ବାହାରକୁ ଚାଲାଣ କରୁଥିବା ଅବକାରୀ ବିଭାଗ ପାଖରେ ସୂଚନା ଥିଲା ।

ଅବକାରୀ ବିଭାଗ ପକ୍ଷରୁ ଆଜି ଅତର୍କିତ ଚଢ଼ାଉ କରାଯାଇଥିଲା ଅବକାରୀ ବିଭାଗ ଚଢ଼ାଉ ଦେଖି ମାଫିଆମାନେ ଜଂଗଲ ମଧ୍ୟରେ ଖସି ପଳାଇଥିଲେ । ଅବକାରୀ ବିଭାଗ ପୋଲିସ ଘଟଣା ସ୍ଥଳରୁ ବିପୁଳ ପରିମାଣର ମଦ ଓ ମଦ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ଖୋର୍ଦ୍ଧା ଅବକାରୀ ବିଭାଗ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।