No Result
View All Result
୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାକୁ ଲାଗୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଦଳର ବହୁ ଛାତ୍ର ଓ ଯୁବ ବିଜେଡିରେ ଯୋଗ ଦେଉଛନ୍ତି । ଗତ କିଛି ଦିନ ଧରି ଏଭଳି ଘଟଣା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣୀତ ହେବା ସହ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ ଚିନ୍ତାଧାରାରେ ବହୁ ବିରୋଧୀ ଗୋଷ୍ଠି ବିଜେଡିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଲାଠିପଡ଼ା ଗ୍ରାମ ପଞ୍ଚାୟତର ବିରୋଧୀ ଦଳର ୨୫ ଯୁବକ ବିଜେଡିରେ ସାମିଲ ହୋଇଛନ୍ତି ।
ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସେମାନଙ୍କୁ ସ୍ୱାଗତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜେଡିର ସହ ସଂଯୋଜକ ବରିଷ୍ଠ ନେତ୍ରୀ ଇରାନୀ ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ଜିଲ୍ଲା ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ନୟାଗଡ଼ ଜିଲ୍ଲା ବିଜେଡି ସଂପାଦକ ଗଗନ ବିହାରି ମିଶ୍ର, ବିଜେଡି ନେତା ଶିବଶଙ୍କର ମହାନ୍ତି ଓ ପୂର୍ବତନ କାଉନସିଲର ନେତ୍ରାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ବିଜେଡିରେ ଯୋଗ ଦେଇଥିବା ଯୁବକ ମାନେ ହେଲେ ବିଶ୍ୱନାଥ ମହାପାତ୍ର, ପରେଶ ମିଶ୍ର, ଦଣ୍ଡୁ ପ୍ରଧାନ, ଟୁକୁନା ପ୍ରଧାନ, ସୋମନାଥ ବେହେରା, ହରିହର ସାହୁ, ଦିବ୍ୟରଞ୍ଜନ ସାହୁ, ଏମ.ଡି.ସମିର, ଏମ.ଆର.ମେହାବୁବ, ପିଣ୍ଟୁ ଜଗତସିଂ, ସିବୁ ଜଗତସିଂ, ଶିରି କୁମାର ବେହେରା, ରାଜେନ୍ଦ୍ର ନାୟକ, ଚନ୍ଦନ ନାହାକ, ସୌମ୍ୟରଞ୍ଜନ ଗୁରୁ, ଲିକୁ ଘଡେଇ, ବବିନ କୁମାର ବେହେରା,
ରୋହିତ ଘଡେଇ, ଚନ୍ଦନ ନାୟକ, ରାଜେଶ ଗୋଛାୟତ, ଆର.ଏସ. କୁମାର ମଲ୍ଲିକ, ଯୋଗେନ୍ଦ୍ର ପ୍ରଧାନ, ରବି ନାୟକ, ଜିତେନ୍ଦ୍ର ନାୟକ ଓ ଜଗନ ପ୍ରଭୃତି ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳକୁ ଅଧୀକ ଶକ୍ତିଶାଳୀ କରିବା ପାଇଁ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ ଚିନ୍ତାଧାରା ଓ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିଜେଡିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି ।
No Result
View All Result