ବୁଢିବାହାଲ ରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ଖପ୍ରାଖୋଲ ବ୍ଲକ୍ ଓଡିଆପାଲି ପଞ୍ଚାୟତ ବୁଢ଼ିବାହାଲ ଗାଁ ରେ ଶ୍ରୀରାମ ନବମୀ ଅବସରରେ ହେବାକୁ ଥିବା ଷୋହଳ ପ୍ରହର ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାମ ସଙ୍କୀର୍ତ୍ତନ, ଘଣ୍ଟ ଘଣ୍ଟା ର ତାନେ ତାନେ ଗାଁ ଖଜୂରୀ କଟା ପୋଖରୀରୁ ରୁ ପୁରାଇ ଶୋଭାଯାତ୍ରା ରେ ପ୍ରହରୀ ମଣ୍ଡପ ରେ ପହଞ୍ଚି ଥିଲେ ।

ଶୋଭାଯାତ୍ରା ସମୟ ରେ ଗାଁ ଉତ୍ସବ ମୁଖର ହୋଇ ଉଠୁଥିଲା । ବୁଧବାର ନାମ ଆରମ୍ଭ ହେବ। ପୂଜା କର୍ତ୍ତା ରୂପେ ଗାଁ ଗୈାତିଆ ହର୍ଷରାମ ଖର୍ସେଲ ସପତ୍ନିକ୍ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ପୂଜକ ରୂପେ ପଣ୍ଡିତ ଯୁବରାଜ ତ୍ରିପାଠୀ, ମାନସ ତ୍ରିପାଠୀ କାର୍ଯ୍ୟସଂପାଦନ କରୁଛନ୍ତି । ଶୋଭାଯାତ୍ରା ବେଳେ ଗାଁ ର ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ ।