No Result
View All Result
୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡଗାଁ :-> ପ୍ରସିଦ୍ଧ ଶୈବକ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ପିଠରେ ମଙ୍ଗଳବାର ଅଶୋକାଷ୍ଟମୀ ଯାତ୍ରା ପାଳିତ ହୋଇଯାଇଛି । ସୋମବାର ରାତିରେ ମନ୍ଦିର ସମ୍ମୁଖରେ ରୁକୁଣା ରଥ କୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ବେଳେ ମଙ୍ଗଳବାର ସକାଳେ ଠାକୁରଙ୍କ ପହୁଡ଼ ଭଙ୍ଗାଯାଇ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା । ପରେ ବଲ୍ଲଭ ନୀତି, ଶଙ୍ଖୁଡ଼ି ଭୋଗ ,ପୁଡା ଭୋଗ ଓ ଖୀରାଭିଷେକ ସମାପନ ପରେ ଲଡୁବାବାଙ୍କ ବିଜେ ପ୍ରତିମା ଚନ୍ଦ୍ରଶେଖର ମହାପ୍ରଭୁଙ୍କୁ ରୁକୁଣା ରଥରେ ବିଜେ କରାଯାଇଥିଲା । ପରେ ସ୍ୱତନ୍ତ୍ର ପୂଜାର୍ଚନା ସହିତ ବନ୍ଦାପନା କରାଯାଇ ଥିଲା l
ଏହି ସମୟରେ ଵହୁ ମାନସିକ ଧାରି ଠାକୁର ଙ୍କ କୃପା ଭିକ୍ଷା କରିଥିଲେ l ଅପରାହ୍ନରେ ରଥରେ ଠାକୁରଙ୍କ ସମସ୍ତ ରଥ ନୀତିକାନ୍ତି ସହିତ ମହା ଆଳତୀ କରାଯାଇ ଥିଲା ।ମନ୍ଦିର ପରିଚlଳକ ସୁବାସ ଚନ୍ଦ୍ର ବାରଡ଼ ଏବଂ ସ୍ଥାନୀୟ ପୁଲିସ ଅଧିକାରୀ ଙ୍କ ଉପସ୍ଥିତି ରେ ଅପରାହ୍ନ ରେ ଭକ୍ତ ମାନେ ଆନନ୍ଦର ସହିତ ରଥ ଟାଣି ନରେନ୍ଦ୍ରପୁର ରଙ୍କନାଥ ଙ୍କ ମନ୍ଦିର ଠାରେ ପହଁଚି ଥିଲେ । ପରେ ବଡପଣ୍ଡା ମାନେ ଠାକୁରଙ୍କୁ ମନ୍ଦିର କୁ ବିଜେ କରାଇଥିଲେ l ମନ୍ଦିର ପରିଛା ତୋଷବନ୍ତ କର, ବଡ଼ପଣ୍ଡା ସୁନିଲ କୁମାର ବଡ଼ପଣ୍ଡା,
ଶିବରାମ ପୁଷ୍ପପାଳକ,ସେବାୟତ ସଞ୍ଜୟ ମହାପାତ୍ର, ରବୀନ୍ଦ୍ର କୁମାର ମହାପତ୍ର,କଲ୍ୟାଣି ପ୍ରତିହାରୀ,ପୂର୍ଣ୍ଣଚନ୍ଦ୍ର ଗାଆଣ ଙ୍କ ସମେତ ସେବାୟତ ମାନେ ପୂଜାର୍ଚ୍ଚନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ l ସେହିପରି ମନ୍ଦିର ଉତ୍ତର ପାର୍ଶ୍ୱରେ ପୂଜା ପାଉଥିବା ବଜରଙ୍ଗବାଲୀ ଙ୍କ ମନ୍ଦିର ଠାରେ ବଜରଙ୍ଗବାଲୀ ଯାତ୍ରା କମିଟି ପକ୍ଷରୁ ଅଶୋକାଷ୍ଟମୀ ଯାତ୍ରା ପାଳିତ ହୋଇଥିଲା । ସକାଳେ ଠାକୁର ଙ୍କର ପୂଜାର୍ଚନା ଓ ଘୃତାହୁତି କରାଯାଇଥିଲା l ଅପରାହ୍ନରୁ ରାତ୍ର ଦଶଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିଲା । କମିଟି ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗ ରେ ଶୃଙ୍ଖଳିତ ଭାବରେ ଯାତ୍ରା ଶେଷ ହୋଇଥିଲା l
No Result
View All Result