ଆଇନଜୀବୀ ଦୟାନିଧି ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର  :-> ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତ ଅଧୀନ ଶଙ୍ଖମୂଳ ଗାଁର ଯୁବ ଆଇନଜୀବୀ ଦୟାନିଧି ପ୍ରଧାନଙ୍କ ଆଜି ଦ୍ୱାଦଶ ଦିବସ ଅବସରରେ ଏକ ସ୍ନୁତିଚାରଣ ତଥା ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l

ଏହି ଶ୍ରଦ୍ଧାଞ୍ଜଳି ସଭାରେ ସହପାଠୀ ଅଶୋକ କୁମାର ମହାପାତ୍ର ସଭାପତିତ୍ୱ କରିଥିଲାବେଳେ ସର୍ବପ୍ରଥମେ ପ୍ରଭୂ ଶ୍ରୀ ଜଗନ୍ନାଥ ଓ ସ୍ବର୍ଗତ ଶ୍ରୀ ପ୍ରଧାନଙ୍କ ତୈଳ ଚିତ୍ରରେ ସ୍ବର୍ଗତ ଶ୍ରୀ ପ୍ରଧାନଙ୍କ ଏକ ମାତ୍ର ପୁଅ ପ୍ରଣୟ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l

ଏଥିରେ ରଣପୁର ସ୍ଥିତ କୃଷ୍ଣ ଦୈପାୟନ ବେଦ ପାଠଶାଳାର ଗୁରୁଜୀ ଜଗନ୍ନାଥ ମହାପାତ୍ର, ରାକେଶ ତ୍ରିପାଠୀଙ୍କ ତତ୍ୱାବଧାନରେ ବେଦ ଓ ମନ୍ତ୍ର ଉଚ୍ଚାରଣ କରିଥିଲେ l ରାଜନେତା ଦେବାଶିଷ ପଟ୍ଟନାୟକ,

ପାଣ୍ଡଵ ସେଠୀ, ପ୍ରଭାତ ପ୍ରଧାନ,ବନମାଳୀ ମହାପାତ୍ର, କିଶୋର ପଟ୍ଟନାୟକ,ସୁଦର୍ଶନ ମାନସିଂହ, ଦୟାନିଧିଙ୍କ ସମସ୍ତ ସହପାଠୀ ବନ୍ଧୁ ଗଣ, ବନ୍ଧୁ ପରିଜନ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ l