ବିଜେପିର ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା : ପ୍ରଶାନ୍ତ ମଲ୍ଲିକ ହେଲେ ବିଧାୟକ ପ୍ରାର୍ଥୀ 

ମୋହନା ନିର୍ବାଚନ ମଣ୍ଡଳୀରୁ ବିଜେପି ତାହାର ପ୍ରାର୍ଥୀ ଘୋଷଣା କରିଛି । ମୋହନା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ କୁମାର ମଲ୍ଲିକ ।

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ବିଜେପି ତାହାର ପ୍ରାର୍ଥୀ ଘୋଷଣା କରିଛି। ମୋହନା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ କୁମାର ମଲ୍ଲିକ। ଗତ ନିର୍ବାଚନରେ ମଧ୍ୟ ବିଜେପି ପ୍ରାର୍ଥୀ କରିଥିଲା। ଚଳିତ ନିର୍ବାଚନରେ ବିଜେପି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣି ପ୍ରାର୍ଥୀ କରିଛି। ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା : ବଦଳିଲା ୨ ବିଧାନସଭା ପ୍ରାର୍ଥୀଙ୍କ ନାମ । ରଣପୁରରେ ତାପସ ମାର୍ଥାଙ୍କ ସ୍ଥାନରେ ସୁରମା ପାଢ଼ୀ ପ୍ରାର୍ଥୀ ଏବଂ ପଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଲଢ଼ିବେ ଚୈତନ୍ୟ ନନ୍ଦିବାଲି ।

୨୧ଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି :-

-ରାଉରକେଲାରୁ ନିର୍ବାଚନ ଲଢ଼ିବେ ଦିଲୀପ ରାୟ –ରଣପୁରରୁ ସୁରମା ପାଢ଼ୀ, ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା -ରାୟରଙ୍ଗପୁରରୁ ଲଢ଼ିବେ ଜୋଲେନ ବାରଦା -ପଟାଙ୍ଗି- ଚୈତନ୍ୟ ନନ୍ଦିବାଲି, ଚିତ୍ରକୁଣ୍ଡା-ଡମ୍ବରୁ ସିସା -ସରସକଣାରୁ ନିର୍ବାଚନ ଲଢ଼ିବେ ଭାଦବ ହାଂସଦା -ବାଙ୍ଗିରପୋଷିରୁ ପ୍ରାର୍ଥୀ ହୋଇଛନ୍ତି ସଞ୍ଜଳି ମୁର୍ମୁ -ବାଲିକୁଦା ଏରସମା- ସତ୍ୟସାରଥି ମହାନ୍ତି -ରାଜନଗର-ଲଳିତ ବେହେରା,

ଡାବୁଗାଁ- ସୋମନାଥ ପୂଜାରି -ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ -ରାୟଗଡ଼ା- ବସନ୍ତ କୁମାର ଉଲ୍ଲାକା, କୋଟପାଡ଼- ରୁପୁ ଭଦ୍ରା -ଜଗତସିଂହପୁରରୁ ନିର୍ବାଚନ ଲଢ଼ିବେ ଅମରେନ୍ଦ୍ର ଦାସ -କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ, ଝରିଗାଁ- ନରସିଂହ ଭତ୍ରା -କାକଟପୁର-ବାଇଧର ମଲ୍ଲିକ, ବିଷମକଟକ- ଜଗନ୍ନାଥ ନୁଂଡ୍ରୁକା -ମୋହନା- ପ୍ରଶାନ୍ତ ମଲିକ, ପାଟଣା-ଅଖିଳ ଚନ୍ଦ୍ର ନାୟକ